କମିଶନରେଟ ପୁଲିସ ମୁଣ୍ଡରେ ପୁଣି ଅପବାଦ । ୬ ବର୍ଷର କୁନିଝିଅ ସହ ଦୁଷ୍କର୍ମ କଲେ ପରିଚିତ । ଡାକ୍ତରଖାନାରେ ଜୀବନ ସହ ଜୁଝୁଛି ନାବାଳିକା

Advertisment

ଲାଜରେ ନଇଁଯାଇଛି ଓଡ଼ିଶାର ମୁଣ୍ଡ । ଜଣେ ୬ ବର୍ଷର କୁନି ଝିଅକୁ କଳଙ୍କିତ କରିଛି ଜଣେ ପରିଚିତ । ଏକଥା କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ପୁଣି ରାଜଧାନୀ ଉପକଣ୍ଠସ୍ଥ ବାରଙ୍ଗରେ ଘଟିଛି ।

ଲାଜରେ ନଇଁଯାଇଛି ଓଡ଼ିଶାର ମୁଣ୍ଡ । ଜଣେ ୬ ବର୍ଷର କୁନି ଝିଅକୁ କଳଙ୍କିତ କରିଛି ଜଣେ ପରିଚିତ । ଏକଥା କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ପୁଣି ରାଜଧାନୀ ଉପକଣ୍ଠସ୍ଥ ବାରଙ୍ଗରେ ଘଟିଛି ।

Baranga

କନକ ବ୍ୟୁରୋ : ଲାଜରେ ନଇଁଯାଇଛି ଓଡ଼ିଶାର ମୁଣ୍ଡ । ଜଣେ ୬ ବର୍ଷର କୁନି ଝିଅକୁ କଳଙ୍କିତ କରିଛି ଜଣେ ପରିଚିତ । ଏକଥା କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ପୁଣି ରାଜଧାନୀ ଉପକଣ୍ଠସ୍ଥ ବାରଙ୍ଗରେ ଘଟିଛି । କୁନି ଝିଅର ନୀରିହପଣର ଫାଇଦା ଉଠାଇ ଅଭିଯୁକ୍ତ ଯେଉଁ ଜଘନ୍ୟ କାଣ୍ଡ ଭିଆଇଛି ତାହା ଓଡ଼ିଶାକୁ ସ୍ତବ୍ଧ କରି ଦେଇଛି । କଟକ ଗଣଦୁଷ୍କର୍ମ ମାମଲା ମନରୁ ଲିଭିନି । ପୁଣିଥରେ ଛାତି ଥରାଇ ଦେଇଛି ବାରଙ୍ଗର ବର୍ବରତା । ଦେହର ଭୋକ ମେଣ୍ଟାଇବାକୁ ରାକ୍ଷସ ପାଲଟିଛି ମଣିଷ । ସମ୍ପର୍କୀୟ ସାଜିଛି ସୈତାନ । ତ୍ରିଶୁଳିଆରେ ୬ ବର୍ଷର କୁନି ଝିଅକୁ ଦୁଷ୍କର୍ମ ଘଟଣା ପୂରା ଓଡ଼ିଶାକୁ ଲଜ୍ଜିତ ଓ ସ୍ତବ୍ଧ କରି ଦେଇଛି । ଆଉ ସବୁଠୁ ବଡ କଥା ହେଉଛି,  ଦୁଷ୍କର୍ମ କରିଥିବା ରାକ୍ଷସ ଜଣକ କୁନି ଝିଅର ପରିବାର ସହ ପୂର୍ବରୁ ପରିଚିତ । ଯାହାର ଫାଇଦା ଉଠାଇ କୁନି ଝିଅର ଦେହ ସହ ଖେଳିଥିଲା ଏ ଦାନବ ।  ଏଭଳି ଜଘନ୍ୟ କାଣ୍ଡ ଘଟାଇବା ପରେ ଫେରାର ହୋଇ ଯାଇଥିଲା ଏ ଯୌନରାକ୍ଷସ । କିନ୍ତୁ ଏବେ ଏ ଯୌନପିପାସୁକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ । 

ପୀଡିତା କୁନି ଶିଶୁ ଏବେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଉଭୟ ଅଭିଯୁକ୍ତ ଓ ପୀଡିତାଙ୍କ ପରିବାର ଝାଡଖଣ୍ଡ ଅଞ୍ଚଳର । ତ୍ରିଶୁଳିଆର ଏକ ଇଟାଭାଟିରେ ରହି କାମ କରୁଥିଲେ । କିନ୍ତୁ ପେଟ ପୋଷିବାକୁ ଆସି ପିଶାଚ ହାବୁଡରେ ଯେ ପଡିବେ ତାହା କେହି କେବେ କଳ୍ପନା ମଧ୍ୟ କରିନଥିଲେ । ଅଭିଯୁକ୍ତ ବିରୋଧରେ ପୋକସୋ ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ ଦୁଷ୍କର୍ମ ପୀଡିତା ଓ ତାଙ୍କ ପରିବାରକୁ ଭେଟିବେ ଶିଶୁ ମଙ୍ଗଳ ଅଧିକାରୀ । ବାରଙ୍ଗ ଦୁଷ୍କର୍ମ ଘଟଣା ସଭ୍ୟ ସମାଜର ମୁଣ୍ଡକୁ ନୁଆଁଇଦେଇଛି । ସମାଜକୁ ଠିକ୍ ଭାବରେ ବୁଝିନଥିବା ଶିଶୁ ବି ଏଠାରେ ସୁରକ୍ଷିତ ନୁହେଁ । ମହିଳା ସୁରକ୍ଷାର ନାରା ଦିଆଯାଉଥିବା ବେଳେ ଏହା କେବଳ ଏବେ ଏକ ପ୍ରହେଳିକା ପାଲଟିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe