୪୮ ଘଣ୍ଟାରେ ୬ ଆତଙ୍କୀ ନିପାତ ; ଜମ୍ମୁ-କାଶ୍ମୀରରେ ସେନାକୁ ବଡ ସଫଳତା

ଜମ୍ମୁକାଶ୍ମୀରରେ ସେନାକୁ ବଡ଼ ସଫଳତା । ୪୮ ଘଣ୍ଟା ସର୍ଚ୍ଚ ଅପରେସନ୍‌ରେ ୬ ଆତଙ୍କୀ ନିପାତ ।  ମିଳିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଓ ସେନାର ସୂଚନା । 

terrorists killed

terrorists killed Photograph: (KanakNews)

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ସେନାକୁ ବଡ଼ ସଫଳତା । ଲଗାତାର ୪୮ ଘଣ୍ଟା ଅପରେସନରେ ୬ ଜଣ ଆତଙ୍କୀଙ୍କୁ ନିପାତ କରିଛି ସେନା । ଏନେଇ ଆଜି ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଜମ୍ମୁ କାଶ୍ମୀର ସୋଫିଆନ ଅଞ୍ଚଳରେ ୪୮ ଘଣ୍ଟା ଭିତରେ ଦୁଇଟି ସଫଳ ଅପରେସନ ହୋଇଥିବା ନେଇ କାଶ୍ମୀର ଆଇଜି ଭିକେ ବିରଡି କହିଛନ୍ତି । କେରାନ ଏବଂ ତ୍ରାଲ ଅଞ୍ଚଳରେ ଦୁଇଟି ଅପରେସନରେ ୬ ଆତଙ୍କୀଙ୍କୁ ନିପାତ କରିଛି ସେନା । ପୂରା ଆତଙ୍କବାଦୀଙ୍କୁ ସଫା କରିବାକୁ ସେନା ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କାଶ୍ମୀର ଆଇଜି। 

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜମ୍ମୁ- କାଶ୍ମୀର ଘାଟିରେ ଲଗାତାର ସର୍ଚ୍ଚ ଅପରେସନ୍ ଲାଗି ରହିଛି । ନିକଟରେ ପହଲଗାମ ଆକ୍ରମଣ କରିଥିବା ଆତଙ୍କୀ ସେନା ନିପାତ କରିଥିବା ଆସିଥିଲା । ଏହାପରେ ବି ସେଠାରେ ଏକାଧିକ ଆତଙ୍କୀ ଛପି ରହିଥିବା ସୂଚନା ଥିବାରୁ ସେଠାରେ ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe