କନକ ବ୍ୟୁରୋ: ମୋହନ ମାଝୀଙ୍କ ସରକାରକୁ ୬ ମାସ ପୂରିଛି । ଜୁନ୍ ୧୨ ତାରିଖରେ ମୋହନ ମାଝୀ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହା ଭିତରେ ନୂଆ ସରକାରକୁ ୬ ମାସ ପୂରିଛି । ନିର୍ବାଚନ ବେଳେ ବିଜେପି ଅନେକ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା । ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା, ମହିଳା ମାନଙ୍କୁ ସୁଭଦ୍ରା ସହାୟତା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ପ୍ରଦାନ, ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ୫୦୦ ଟଙ୍କା କରିବା ଭଳି ଅନେକ ପ୍ରତିଶ୍ରୁତି ଦେଇଥିଲା ଦଳ । ତା ଭିତରୁ କିଛି ପୂରଣ ହୋଇଛି । ଏବେବି ଅନେକ ପ୍ରତିଶ୍ରୁତି ପୂରଣ କରିନାହାନ୍ତି ମୋହନ ସରକାର । 

Advertisment

ମୋହନ ସରକାର କି କି ପ୍ରତିଶ୍ରୁତି ପୂରଣ କଲେ?

ଖୋଲିଛି ଶ୍ରୀମନ୍ଦିର ଚାରିଦ୍ବାର 
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି
ଧାନର ଏମ୍‌ଏସ୍‌ପି ୩୧୦୦ ଟଙ୍କା ବୃଦ୍ଧି
ମହିଳା ମାନଙ୍କୁ ମିଳିଛି ସୁଭଦ୍ରା ଯୋଜନାର ଟଙ୍କା


କି କି ପ୍ରତିଶ୍ରୁତି ପୂରଣ ହୋଇନି? 

ବଢିନି ବାର୍ଦ୍ଧକ୍ୟ ଭତ୍ତା
୮୦ ବର୍ଷରୁ ଅଧିକ ବୟସ୍କ ୩୫୦୦ ଟଙ୍କା ପାଇନାହାନ୍ତି
ହଜାର ହଜାର ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ପାଇନାହାନ୍ତି ଟଙ୍କା
ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ବିଜୁଳି ଛାଡ଼ ପ୍ରତିଶ୍ରୁତି ପୂରଣ ହୋଇନି
ଓଡ଼ିଶାକୁ ଦାଦନ ମୁକ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲା ବିଜେପି

କେବେ ହେବ ଦୁର୍ନୀତିର ତଦନ୍ତ ?
କେବେ ବନ୍ଧା ହେବେ ବଡ଼ବଡ଼ିଆ ?
କେବେ ଟଙ୍କା ଫେରସ୍ତ ପାଇବେ ଚିଟଫଣ୍ଡ ଜମାକାରୀ ?
ବାର୍ଦ୍ଧକ୍ୟ ଭତ୍ତା କେବେ ବଢିବ ?
କେବେ ସୁଧୁରିବ ମଣ୍ଡି ସମସ୍ୟା ?