କନକ ବ୍ୟୁରୋ : ଧାର୍ଯ୍ୟ ଏମଏସପି ଠାରୁ କମ୍ ଟଙ୍କାରେ ଚାଷୀଙ୍କ ଠାରୁ ଧାନ କିଣିବା, ଟାର୍ଗେଟ ଠାରୁ ଅଧିକ ଧାନ ମିଳିବା ଓ କଟନୀ ଛଟନୀ ବିରୋଧରେ ଯୋଗାଣ ବିଭାଗର କଡା କାର୍ଯ୍ୟାନୁଷ୍ଠାନ । ଏଯାଏଁ ୬ଟି ରାଇସ ମିଲକୁ ସିଲ କଲାଣି ଯୋଗାଣ ବିଭାଗ । ପୁରୀ ଜିଲ୍ଲାର ରିତିକା ରାଇସ ମିଲ, ଗଞ୍ଜାମ ପାନାମା ରାଇସ ମିଲ, ଢେଙ୍କାନାଳ ଜିଲ୍ଲାର ତାରିଣୀ ଓ ଅରୁଣୀ ରାଇସ ମିଲ ସିଲ ହୋଇଛି ।
ସେହିପରି ସମ୍ବଲପୁରରୁ ଆଇପି ଓ ଭଦ୍ରକର କେଜିଏନ ରାଇସ ମିଲକୁ ସିଲ କରିଛି ଯୋଗାଣ ବିଭାଗ । ଏହି ସେଣ୍ଟର ଗୁଡିକ ବିରୋଧରେ କଟନୀ ଛାଟନୀ ଅଭିଯୋଗ ପରେ ଜିଲା ଯୋଗାଣ ବିଭାଗର ଚଢ଼ାଉ ହୋଇଥିଲା । ଚଢ଼ାଉ ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରାହଣ କରାଯାଇଛି ।