କନକ ବ୍ୟୁରୋ: ୬ ଭଉଣୀ ବାହା ହେଲେ ୬ ଭାଈଙ୍କୁ । କଥାଟା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଥିବ ଘଟଣାଟି ସେତିକି ଚର୍ଚ୍ଚିତ । କଥା ହେଲା ଘରର ୬ ଭଉଣୀ ଓ ୬ ଭାଇ ଗୋଟିଏ ଘରେ ବାହା ହେବେ ବୋଲି କୁଆଡ଼େ ଜିଦ୍‌ କରିଥିଲେ । କିନ୍ତୁ ୬ ଭଉଣୀ ବାହା ହେବାକୁ ହେଲେ ୬ ବରପାତ୍ରର ବି ଆବଶ୍ୟକତା ରହିଛି । ସେଇଥି ଲାଗି ତ ପରିବାରର ଲୋକ ଖୋଜି ଖୋଜି ୬ ଭଉଣୀଙ୍କର ବାହାଘର କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଘଟଣାଟି ପାକିସ୍ତାନରେ ଘଟିଥିବା ଜଣାପଡ଼ିଛି ।

Advertisment

କଥା ହେଲା ୬ ଭଉଣୀ ଯେଉଁପରି ଭାବରେ ବାହା ହେବାକୁ ଅପେକ୍ଷା କରିଥିଲେ ଠିକ୍‌ ସେମିତି ୬ ଭାଇ ମଧ୍ୟ ଅପେକ୍ଷା କରି ରହିଥିଲେ । କିନ୍ତୁ ବାହାଘରର ବର୍ଷ ସବୁଠୁ ସାନ ଭାଇ ଓ ଭଉଣୀଙ୍କୁ ହୋଇନଥିବା କାରଣରୁ ବଡ଼ମାନେ କିଛି ଦିନ ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ । ଏମିତିକି ସାନ ଭାଇ ଓ ଭଉଣୀଙ୍କୁ ଯେବେ ୧୮ ବର୍ଷ ହେଲା ସଙ୍ଗେ ସଙ୍ଗେ ପରିବାର ପକ୍ଷରୁ ବାହାଘରର ଆୟୋଜନ କରାଗଲା । ଗୁରୁତ୍ବପୂର୍ଣ୍ଣ କଥା ହେଲା, ବାହାଘରକୁ ପରିବାର ପକ୍ଷରୁ ନିଡ଼ାମ୍ବରର ସହ ଆୟୋଜନ କରାଯାଇଥିଲା । ମାତ୍ର ୧୦୦ ଅତିଥିଙ୍କୁ ନେଇ ବାହାଘର ଆୟୋଜନ କରାଯାଇଥିବା ବେଳେ କୌଣସି ପ୍ରକାର ଅଯଥା ଖର୍ଚ୍ଚ କରାଯାଇନଥିଲା । କେବଳ ରୀତିନୀତି ଲାଗି ଯାହା ଆବଶ୍ୟକ ସେତିକି ହିଁ ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି । 

ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏହି ବାହାଘରରେ ପାକିସ୍ତାନୀ ମୁଦ୍ରାରେ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଭାରତୀୟ ମୁଦ୍ରାରେ ମାତ୍ର ୩୦ ହଜାର ଟଙ୍କା । କିନ୍ତୁ ଏତେ କମ୍‌ ଟଙ୍କାରେ କେମିତି ୬ଟି ବାହାଘର ସଂପନ୍ନ ହେଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି କି, ବାହାଘରକୁ ଜାକଜକମରେ ନକରି ସାଧାରଣ ଭାବରେ କରିବାକୁ ଆମେ ନିଷ୍ପତ୍ତି ନେଇଥିଲୁ । ତେଣୁ କମ୍‌ ଖର୍ଚ୍ଚରେ କେବଳ ପରମ୍ପରା ଅନୁସାରେ ବାହାଘର କଲୁ । 

ଦର୍ଶକବନ୍ଧୁ ଆମେ ଅନେକ ସମୟରେ ଦେଖିଛନ୍ତି କି, ବାହାଘରକୁ ଅତି ଜାକମରେ କରିବାକୁ ଅନେକଙ୍କ ଇଚ୍ଛା ଥାଏ । ଆଉ କେହି କେହି କୁହନ୍ତି କି, ଜୀବନରେ ଥରେ ବାହାଘର ହେଉଛି । ତେଣୁ ଏହାକୁ ଜାକଜକମରେ କରିବାକୁ ଆମେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବୁ । ହେଲେ ପଡ଼ୋଶୀ ପାକିସ୍ତାନରୁ ବାହାଘରର ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଗାମୀ ଦିନରେ ପାକିସ୍ତାନୀ ବାହାଘରରେ ଅଧିକ ଟଙ୍କା ଖର୍ଚ୍ଚ ହେବନି ବୋଲି କୁହାଯାଉଛି । ସେପଟେ ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ ହେବା ପରେ ଅନେକ ୟୁଜର୍ସ କହିଛନ୍ତି, ପାକିସ୍ତାନ ଖାଇବା ଲାଗି ପଇସା ପାଉନି ବାହାଘରରେ ଟଙ୍କା ଖର୍ଚ୍ଚ କରିବ କେମିତି । ସେପଟେ କିଛି ୟୁଜର୍ସ ଏହି ଘଟଣାକୁ ପସନ୍ଦ କରିବା ସହିତ ବାହାଘରରେ ଯେତିକି ଦରକାର ସେତିକି ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା ରହିଥିବା କହିଛନ୍ତି । ସେ ଯାହା ବି ହେଉ ଗୋଟିଏ ଘରକୁ ୬ ଭଉଣୀ ବୋହୂ ହୋଇ ଯିବା ଖବର ବେଶ ଚର୍ଚ୍ଚା ସାଉଣ୍ଟିଛି ।