କନକ ବ୍ୟୁରୋ: ସିକ୍କିମ୍‌ ବୁଲିବାକୁ ଯାଇ ନିଖୋଜ ହୋଇଯାଇଥିବା ୬ ଜଣ ଓଡ଼ିଆଙ୍କ ଏଯାଏଁ ଖୋଜ ଖବର ମିଳିନାହିଁ । ହେଲେ ସେମାନଙ୍କ ୬ଟି ମୋବାଇଲ ମିଳିଛି । ତିସ୍ତା ନଦୀରୁ ଏହି ୬ଟି ମୋବାଇଲ, ହ୍ୟାଣ୍ଡ୍‌ ବ୍ୟାଗ ମିଳିଛି । ପରିବାର ଲୋକେ ସିକ୍କିମ୍‌ରୁ ନିରାଶ ହୋଇ ଆଜି ଘରକୁ ଫେରିଛନ୍ତି । 

Advertisment

ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ଇତିଶ୍ରୀ ଜେନା ଓ ତାଙ୍କ ପରିବାର ସହ ୧୧ଜଣ ସଦସ୍ୟ ସିକ୍କିମ୍‌ ବୁଲିବାକୁ ଯାଇଥିଲେ । କିନ୍ତୁ ଗୁରୁବାର ରାତିରେ ଦୁର୍ଘଟଣା ଘଟିଥିଲା । ତିସ୍ତା ନଦୀକୁ ଖସିପଡ଼ିଥିଲା ବସ୍‌ । ଇତିଶ୍ରୀଙ୍କ ସହ ଏବେ ବି ୬ ଜଣ ନିଖୋଜ ଅଛନ୍ତି ।