କନକ ବ୍ୟୁରୋ: ନଦୀକୁ ଡେଇଁଲ କଲେଜ ଛାତ୍ର। ବିରୂପା ବ୍ୟାରେଜ ନିକଟରେ ସାଇକେଲ ମୋବାଇଲ ରଖି ନଦୀକୁ ଡେଇଁପଡିଛନ୍ତି କଲେଜ ଛାତ୍ର । ଛାତ୍ର ଜଣକ ହେଲେ ଚୌଦ୍ୱାର ୧୨ ନଂ ୱାର୍ଡର ପ୍ରଦୀପ କୁମାର ଦାସ। ଚୌଦ୍ୱାର କଲେଜ +୩ ବାଣିଜ୍ୟ ବିଭାଗ ପାଠ ପଢୁଛନ୍ତି । ପ୍ରଦୀପ ଗତକାଲି ରାତିରୁ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ । ଆଜି ସେ ନଦୀ ଡେଉଁପଡିଛନ୍ତି। କେଉଁ କାରଣ ପାଇଁ ସେ ଏଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି ତାହା ଜଣାପଡିନାହିଁ। ଖବର ପାଇ ଘଟଣା ସ୍ଥଳରେ ଜଗତପୁର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରିଛି ।
ପିକନିକ ହେଲା କାଳ। ଦୁଇ ମୃତ, ଜଣେ ନିଖୋଜ। ଜଳ ପ୍ରପାତରେ ଭାସି ଗଲେ ୬ ଡାକ୍ତରୀ ଛାତ୍ର। ୩ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ଦୁଇ ଜଣଙ୍କ ମୃତଦେହ ଠାବ କରାଯାଇଛି। ଅନ୍ୟ ଜଣେ ନିଖୋଜ ଅଛନ୍ତି। ମାଲକାନଗିରି ଜିଲ୍ଲାର ମୋଟୁ ଠାରୁ ପ୍ରାୟ ୪୦କିମି ଦୂରରେ ଥିବା ଆନ୍ଧ୍ର ପ୍ରଦେଶର ଆଲୁରି ଜିଲ୍ଲାର ଜଳତରଙ୍ଗିନୀ ଝରଣାକୁ ୧୩ଜଣ ଡାକ୍ତରୀ ଛାତ୍ର ବୁଲିବାକୁ ଯାଇଥିଲେ । ଜଳ ପ୍ରପାତ ନିକଟରେ ସମସ୍ତେ ବସିଥିବା ବେଳେ ହଟାତ ପ୍ରଖର ସ୍ରୋତ ଆସିବାରେ ୬ ଛାତ୍ରୀ ଛାତ୍ରି ପାଣି ରେ ଭାସି ଯାଇଥିଲେ । ସେଠାରୁ ୩ ଜଣଙ୍କୁ ସ୍ଥାନୀୟ ପୁଲିସ ଓ ଗ୍ରାମବାସୀ ଉଦ୍ଧାର କରି ଥିବାବେଳେ ଅନ୍ୟ ୩ ଜଣ ଭାସି ଯାଇଥିଲେ । ନିଖୋଜ ୩ ଛାତ୍ର ହେଉଛନ୍ତି ସିଏଚ୍ ହରଦିପ, କେ ସୌମ୍ୟା, ବି ଅମ୍ରିତା। ଉଦ୍ଧାର ହୋଇଥିବା ୩ ଜଣଙ୍କୁ ରାଜମହେନ୍ଦ୍ରୀ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଅନ୍ୟପଟେ ପାଣିରେ ଭାସି ଯାଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ବେଳେ ଅନ୍ୟ ୨ଜଣ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। । ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ରାତି ହେବାରୁ ଉଦ୍ଧାର କାର୍ୟ୍ୟ ବନ୍ଦ ରହିଥିଲା । ଆଜି ସକାଳୁ ନିଖୋଜ ଛାତ୍ରୀ ଙ୍କ ତଲାସୀ ଜାରି ଥିବା ଜଣାପଡିଛି । ଏହି ଛାତ୍ର ଛାତ୍ରୀ ମାନେ ଏଲୁର ଆଶ୍ରମ ମେଡିକାଲ କଲଜେ ର ଏବଂ ଗତ କାଲି ଏମାନେ ପିକନିକ୍ କରିବା ଲାଗି ମାରେଡମଲି ଯାଇଥିଲେ।
Follow Us