କନକ ବ୍ୟୁରୋ: ଟିଟିଲାଗଡ଼ ପୂର୍ତ୍ତ ବିଭାଗର ସହକାରୀ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ବର ମାଝୀ ଘରେ ବିଡ଼ା ବିଡ଼ା ଟଙ୍କା । ସମ୍ବଲପୁରରେ ଚଢାଉ ବେଳେ ଜବତ ହେଲା ନଗଦ ୬ ଲକ୍ଷ ଟଙ୍କା । ଆୟଠୁ ଅଧିକ ସମ୍ପତ୍ତିଠୁ ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରାଯାଉଛି । ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ଚଢ଼ାଉ ହେଉଛି । ସମ୍ବଲପୁର ଟାଉନ୍ରେ ଥିବା କୋଠା, ଝାରସୁଗୁଡ଼ା ବ୍ରଜରାଜନଗରରେ ଥିବା ଦୁଇ ମହଲା କୋଠା, ବ୍ରଜରାଜନଗର ନୂଆଡିହିରେ ଥିବା ମାର୍କେଟ୍ କମ୍ପ୍ଲେକ୍ସ, ଝାରସୁଗୁଡ଼ାରେ ଥିବା ୨ଟି ହାଉସିଂ ବୋର୍ଡ ଘରେ ଚଢ଼ାଉ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଏହାସହ କୋରାପୁଟ କଣ୍ଟାବାଞ୍ଜିରେ ଥିବା ଅଫିସ୍ ଓ ସରକାରୀ ବାସଭବନରେ ଭିଜିଲାନ୍ସ ଟିମ୍ ପହଞ୍ଚି ଛାନ୍ଭିନ୍ ଚଳାଇଛନ୍ତି ।
କେବଳ ଟଙ୍କା ନୁହେଁ ବାବୁଙ୍କ ଘରୁ ଡବା ଭର୍ତ୍ତି ସୁନା ମଧ୍ୟ ମିଳିଛି । ଆକଳନ କରାଯାଉଛି କି ଆହୁରି ଟଙ୍କା ବାହାରି ପାରେ । ତେବେ ଏତେ ପରିମାଣର ସୁନା ଟଙ୍କା ବାବୁଙ୍କ ଘରୁ କୁଆଡୁ ଆସିଲା? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସମସ୍ତ ଟଙ୍କା ଆଉ ସୁନାକୁ ସିଜ୍ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ତେବେ ସୁନା ଯାଞ୍ଚ ପାଇଁ ପହଞ୍ଚିବେ ଅଧିକାରୀ । ଯାଞ୍ଚ ପରେ ଜଣା ପଡ଼ିବ କେତେ ପରିମାଣର ସୁନା ରହିଛି ।