ପୋଖରୀରୁ ଧରାହେଲା ୬ ଫୁଟିଆ କୁମ୍ଭୀର ; ଛେଳି ଗିଳି ଦେବା ପରେ ଜାଲରେ ପଡ଼ିଲା

ଗାଁ ପୋଖରୀରୁ ଧରାପଡ଼ିଲା ୬ ଫୁଟର ବଉଳା କୁମ୍ଭୀର ।  କେନ୍ଦ୍ରାପଡ଼ା ରାଜନଗର ବ୍ଳକ୍  ପେଣ୍ଠ ଗ୍ରାମର ରବୀନ୍ଦ୍ର ମହାନ୍ତିଙ୍କ ପୋଖରୀରୁ ୬ ଫୁଟ ୬ ଇଞ୍ଚର   କୁମ୍ଭୀର ଧରାପଡ଼ିଛି ।

10

କନକ ବ୍ୟୁରୋ: ଗାଁ ପୋଖରୀରୁ ଧରାପଡ଼ିଲା ୬ ଫୁଟର ବଉଳା କୁମ୍ଭୀର ।  କେନ୍ଦ୍ରାପଡ଼ା ରାଜନଗର ବ୍ଳକ୍  ପେଣ୍ଠ ଗ୍ରାମର ରବୀନ୍ଦ୍ର ମହାନ୍ତିଙ୍କ ପୋଖରୀରୁ ୬ ଫୁଟ ୬ ଇଞ୍ଚର   କୁମ୍ଭୀର ଧରାପଡ଼ିଛି । କୁମ୍ଭୀରକୁ ପୋଖରୀରୁ ଉଦ୍ଧାର କରାଯାଇ ଭିତରକନିକା ଜାତୀୟ ଉଦ୍ୟାନର  ଗୁପ୍ତି ନିକଟସ୍ଥ ହବାଳି କ୍ରିକରେ ଛଡ଼ାଯାଇଛି । କୁମ୍ଭୀରଟି ନିକଟସ୍ଥ  ନାଳରୁ ପୋଖରୀ ମଧ୍ୟକୁ ଚାଲି ଆସିଥିବା ଅନୁମାନ କରାଯାଉଛି । ଡିଏଫଓଙ୍କ ନିର୍ଦ୍ଦେଶରେ ବନ କର୍ମଚାରୀମାନେ କୁମ୍ଭୀରଟିକୁ ଉଦ୍ଧାର କରିଛନ୍ତି । ୪ ଦିନ ତଳେ କୁମ୍ଭୀର ତାଙ୍କ ଛେଳିକୁ ଖାଇଦେଇଥିବା ନେଇ ରବୀନ୍ଦ୍ର ବନ ବିଭାଗରେ ଅଭିଯୋଗ କରିଥିଲେ । ବନକର୍ମଚାରୀମାନେ ପହଞ୍ଚି ପୋଖରୀରେ କୁମ୍ଭୀର ଭାସୁଥିବା ଦେଖିଥିଲେ । ଜାଲ ବିଛାଇ କୁମ୍ଭୀରକୁ ଧରିବାରେ ସଫଳ ହୋଇଛନ୍ତି   । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe