କନକ ବ୍ୟୁରୋ: ଗାଁ ପୋଖରୀରୁ ଧରାପଡ଼ିଲା ୬ ଫୁଟର ବଉଳା କୁମ୍ଭୀର । କେନ୍ଦ୍ରାପଡ଼ା ରାଜନଗର ବ୍ଳକ୍ ପେଣ୍ଠ ଗ୍ରାମର ରବୀନ୍ଦ୍ର ମହାନ୍ତିଙ୍କ ପୋଖରୀରୁ ୬ ଫୁଟ ୬ ଇଞ୍ଚର କୁମ୍ଭୀର ଧରାପଡ଼ିଛି । କୁମ୍ଭୀରକୁ ପୋଖରୀରୁ ଉଦ୍ଧାର କରାଯାଇ ଭିତରକନିକା ଜାତୀୟ ଉଦ୍ୟାନର ଗୁପ୍ତି ନିକଟସ୍ଥ ହବାଳି କ୍ରିକରେ ଛଡ଼ାଯାଇଛି । କୁମ୍ଭୀରଟି ନିକଟସ୍ଥ ନାଳରୁ ପୋଖରୀ ମଧ୍ୟକୁ ଚାଲି ଆସିଥିବା ଅନୁମାନ କରାଯାଉଛି । ଡିଏଫଓଙ୍କ ନିର୍ଦ୍ଦେଶରେ ବନ କର୍ମଚାରୀମାନେ କୁମ୍ଭୀରଟିକୁ ଉଦ୍ଧାର କରିଛନ୍ତି । ୪ ଦିନ ତଳେ କୁମ୍ଭୀର ତାଙ୍କ ଛେଳିକୁ ଖାଇଦେଇଥିବା ନେଇ ରବୀନ୍ଦ୍ର ବନ ବିଭାଗରେ ଅଭିଯୋଗ କରିଥିଲେ । ବନକର୍ମଚାରୀମାନେ ପହଞ୍ଚି ପୋଖରୀରେ କୁମ୍ଭୀର ଭାସୁଥିବା ଦେଖିଥିଲେ । ଜାଲ ବିଛାଇ କୁମ୍ଭୀରକୁ ଧରିବାରେ ସଫଳ ହୋଇଛନ୍ତି ।
ପୋଖରୀରୁ ଧରାହେଲା ୬ ଫୁଟିଆ କୁମ୍ଭୀର ; ଛେଳି ଗିଳି ଦେବା ପରେ ଜାଲରେ ପଡ଼ିଲା
ଗାଁ ପୋଖରୀରୁ ଧରାପଡ଼ିଲା ୬ ଫୁଟର ବଉଳା କୁମ୍ଭୀର । କେନ୍ଦ୍ରାପଡ଼ା ରାଜନଗର ବ୍ଳକ୍ ପେଣ୍ଠ ଗ୍ରାମର ରବୀନ୍ଦ୍ର ମହାନ୍ତିଙ୍କ ପୋଖରୀରୁ ୬ ଫୁଟ ୬ ଇଞ୍ଚର କୁମ୍ଭୀର ଧରାପଡ଼ିଛି ।
/kanak/media/media_files/2025/08/26/10-2025-08-26-08-59-29.jpg)