କନକ ବ୍ୟୁରୋ: ସରକାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ବା ମୁକ୍ତା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପୌରାଞ୍ଚଳ ବିକାଶ କରିଛନ୍ତି। ହେଲେ ଏହି ସବୁ ଯୋଜନାର ଅର୍ଥ ପାଣିରେ ପଡିଲା ଭଳି ଲାଗୁଛି ଆଉ ଲୋକଙ୍କ କୌଣସି କାମରେ ଆସୁନି।

Advertisment
  • ଶୌଚାଳୟ ଅଛି, ସୁବିଧା ନାହିଁ
  • ‘ମୁକ୍ତା ଯୋଜନା’ ନାଁରେ ମାରିନେଲେ ୬ କୋଟି

ପାଣି ଟାଙ୍କି ଅଛି, ବେସିନ ଅଛି। ହେଲେ ଟାଙ୍କିରେ ପାଣି ନାହିଁ, କି ବେସିନରେ ଟ୍ୟାପ ନାହିଁ। ଖୋର୍ଦ୍ଧା ପୌରାଞ୍ଚଳର ବିଭିନ୍ନ ଛକ ବଜାର, ବ୍ୟାଙ୍କ ଛକ, ସାହି ଗଳିରେ ନିର୍ମାଣ ହୋଇଛି ଏହି ପରିସ୍ରାଗାର। ହେଲେ ଟ୍ୟାପ, ବେସିନ, ଲାଇଟ, ସବୁ ଭାଙ୍ଗି ହୋଇ ପଡିଛି। ବାହାର କାନ୍ଥରେ ରଙ୍ଗ ବୋଳା ହୋଇ ଚକାଚକ ହୋଇଥିବା ବେଳେ ଭିତରକୁ ଦେଖିଲେ ଯିବାକୁ ଇଛା ହେବନି। ଫଳରେ ଲୋକେ କିମ୍ବା ପଥଚାରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଖୋର୍ଦ୍ଧା ପୌରାଞ୍ଚଳର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ବା ‘ମୁକ୍ତା’ ମାଧ୍ୟମରେ ୭୩ଟି ପ୍ରକଳ୍ପ ପାଇଁ ୬କୋଟି ୭ଲକ୍ଷ ୧୫ହଜାର ଅନୁଦାନ ମିଳିଥିଲା। ସେଥିରୁ ୧୫ଟି ପରିସ୍ରାଗାର ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୪୨ଲକ୍ଷ ୭୫ହଜାର ଟଙ୍କା। ଅର୍ଥାତ ପ୍ରତି ପରିସ୍ରାଗାର ପାଇଁ ୨ଲକ୍ଷ ୩୫ହଜାର ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ କାର୍ଯ୍ୟ ସମ୍ପନ୍ନ ପରଠାରୁ ଏହା କୌଣସି କାମରେ ଆସୁନାହିଁ। ବିଭିନ୍ନ ଯୋଜନା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ପୌର ପ୍ରଶାସନ। ହେଲେ କାହିଁକି ସମ୍ପୂର୍ଣ୍ଣ ହୋଇପାରୁନି ପ୍ରକଳ୍ପ। ଏଠି ପ୍ରଶ୍ନ ଉଠୁଛି...

  • ଠିକାଦାରଙ୍କ ପୋଷଣ ନୀତିରେ ହେଉଛି କି ପ୍ରକଳ୍ପ?
  • ସୁବିଧା ନକରି କିପରି କଲେ ଏସବୁ ପରିସ୍ରାଗାର?
  • କୁଆଡ଼େ ଗଲା ଯୋଜନା ପାଇଁ ଆସିଥିଲା ଅନୁଦାନ?