କନକ ବ୍ୟୁରୋ : କଟକରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାକୁ ନେଇ ଡିସିପି ଜଗମୋହନ ମୀନା ଦେଇଛନ୍ତି ବଡ଼ ବୟାନ । ଆବଶ୍ୟକ ହେଲେ ଗିରଫ ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯାଇପାରେ ବୋଲି ଡିସିପି ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନେ ହ୍ବାଟସଆପରେ ବ୍ଲାକ୍ ବ୍ଲାକ ବ୍ରଦର୍ସ ନାମରେ ଏକ ଗ୍ରୁପ୍ କରି କାରସାଦି ଚଳାଇଥିଲେ ବୋଲି ଜଣାପଡିଛି । ଏହି ଗ୍ରୁପର ସମସ୍ତ ସଦସ୍ୟ ମାନେ ସହରର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଏକାଠି ହୁଅନ୍ତି । ନିଶା ସେବନ ଠାରୁ ଆରମ୍ଭ କରି ବିଭିନ୍ନ କଥା ଗ୍ରୁପରେ ଆଲୋଚନା ହୁଏ ।
ସେପଟେ ସାମ୍ନାକୁ ଆସିଛି ଆଉ ଜଣେ ଅଭିଯୁକ୍ତର ଫଟୋ । ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ତଥା ଛାତ୍ରୀଙ୍କ ବୟଫ୍ରେଣ୍ଡ ଆଶୁତୋଷ ବେହେରାର ଫଟୋ ବି ସାମ୍ନାକୁ ଆସିଛି । ସେପଟେ ପୀଡିତ ଏବେ ଅସୁସ୍ଥ ଅଛନ୍ତି । ତାଙ୍କର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି ।