ବାଲେଶ୍ୱର ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟନସିପର ପଞ୍ଚମ ସଂସ୍କରଣ ଉଦଯାପିତ

ସ୍ଥାନୀୟ ବିଜୁପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ବାଲେଶ୍ବର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଆନୁକୁଲ୍ୟରେ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ବାଲେଶ୍ବର ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍ ଉଦଯାପିତ ହୋଇଯାଇଛି ।

BALASORE CHAMPIONSHIP

BALASORE CHAMPIONSHIP Photograph: (KANAK NEWS)

କନକ ବ୍ୟୁରୋ: ସ୍ଥାନୀୟ ବିଜୁପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ବାଲେଶ୍ବର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଆନୁକୁଲ୍ୟରେ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ବାଲେଶ୍ବର ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍ ଉଦଯାପିତ ହୋଇଯାଇଛି । ଏହି ବ୍ୟାଡମିଣ୍ଟନ ମହାକୁମ୍ଭରେ କେବଳ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ (ଜଳେଶ୍ବର, ନୀଳଗିରି, ରେମୁଣା, ସୋର) ୨୮୦ ଖେଳାଳି ମୋଟ ୪୫୦ଟି ବିଭାଗରେ ଅଂଶଗ୍ରହଣ କରିଥିଲେ । ଏହା ଜିଲ୍ଲାର ପୂର୍ବ ସମସ୍ତ ବର୍ଷର ଖେଳାଳି ପଞ୍ଜିକରଣ ରେକର୍ଡ ଭଙ୍ଗ କରିଥିଲା । ଏହି ପ୍ରତିଯୋଗିତା ୯ ବର୍ଷରୁ କମ, ୧୧ ବର୍ଷରୁ କମ, ୧୩ ବର୍ଷରୁ କମ, ୧୫ ବର୍ଷରୁ କମ, ୧୭ ବର୍ଷରୁ କମ, ୧୯ ବର୍ଷରୁ କମ ବାଳକ ଏବଂ ବାଳିକା ତଥା ସିନିୟର୍, ଭେଟେରାନ୍ ସମସ୍ତ ବିଭାଗ ପାଇଁ ଅନୁଷ୍ଠିତ ହୋଇଥିଲା । ଏତେ ସଂଖ୍ୟକ ଖେଳାଳିମାନଙ୍କ ଖେଳ ପରିଚାଳନା ନିମନ୍ତେ ବାଲେଶ୍ଵରରେ ରାଜ୍ୟସ୍ତରୀୟ ତଥା ଜାତୀୟସ୍ତରର ଅମ୍ପାୟାର ରାଜକୁମାର ଗାଙ୍ଗଓ୍ୱାର, ଗୌରୀ ଶଙ୍କର ବିସି, ପ୍ରିତିରଞ୍ଜନ ମହାନ୍ତି, ସୋମନାଥ ବାରିକ, ସୁଜୟ ନାୟକ, ଜ୍ୟୋତିରେଖା ପ୍ରଧାନ ଏବଂ ସାମୁଏଲ ଜେନା ପରିଚାଳନା କରିଥିଲେ ।

ପୁରସ୍କାର ବିତରଣୀ ଉତ୍ସବରେ ବାଲେଶ୍ଵର ଜିଲ୍ଲା ଏସ୍‌ପି ରାଜ ପ୍ରସାଦ ମୁଖ୍ୟ ଅତିଥ, ସମ୍ମାନୀୟ ଅତିଥି ଭାବେ ବାଲେଶ୍ଵର ବିଶିଷ୍ଟ ଶିଳ୍ପପତି କମ୍‌ଲେସ୍ ପାଲ ଡାଇରେକ୍ଟର ପାଲା ଜୁଏଲାରୀ, ବାଲେଶ୍ଵର ଚେମ୍ବର ଅଫ୍ କମର୍ସର ସଭାପତି ସଞ୍ଜୟ ଦାସ, ସଞ୍ଜୟ ସାହୁ ଚେୟାରମ୍ୟାନ୍ ଓଏସିସ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ଇମ୍ରାନ ଖାନ୍, ଏଲଟି କର୍ଣ୍ଣେଲ୍‌ ଡିଆରଡିଓ, ଅମିତାବ ମହାକୁଡ଼ ବିଶିଷ୍ଟ ଶିଳ୍ପପତି ତଥା ବିସିସିଆଇ ଅମ୍ପାୟାର, ବ୍ୟାଡମିଣ୍ଟନ ସଂଘର ସିନିୟର ମେମ୍ବର ବିଶ୍ବଜିତ୍ ଦାସ, ବିନୋଦ ସାହ, ଟୁର୍ଣ୍ଣାମେଣ୍ଟ ଚେୟାରମ୍ୟାନ୍ ମାନସ ମହାନ୍ତି, ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ସଭାପତି ଚିନ୍ମୟ ବିଶ୍ଵାଳ, ସଚିବ ମନୋରଞ୍ଜନ ପଣ୍ଡା ଏବଂ ରାଜ୍ୟ ବ୍ୟାଡମିଣ୍ଟନ ସଂଘର ସହ ସଚିବ ଜୟପ୍ରକାଶ ସିଂ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଫାଇନାଲିଷ୍ଟ ଖେଳାଳିମାନଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରିଥିଲେ । ପ୍ରତିଯୋଗିତାରେ ସଂଘର ବିଷ୍ଣୁ, କ୍ରିସ୍ନେନ୍ଦୁ, ଆୟୁଷ୍ମାନ, ପିନାକି, ଦେବି ସଦ୍ଦାବ କାଦ୍ରି ଏବଂ କୌସ୍ତୁଭ ପ୍ରମୁଖ ସହଯୋଗ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe