ଆଜି ବି ସରଗରମ ହୋଇପାରେ ବିଧାନସଭା ଗୃହକାର୍ଯ୍ୟ ; ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ବିରୋଧୀ

ଆଜି ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭାର ପଞ୍ଚମ ଦିନରେ ବି ଗୃହ ସରଗରମ ରହିବ ବୋଲି ଅନୁମାନ କରାଯାଉଛି ।

assem--

କନକ ବ୍ୟୁରୋ: ଆଜି ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭାର ପଞ୍ଚମ ଦିନରେ ବି ଗୃହ ସରଗରମ ରହିବ ବୋଲି ଅନୁମାନ କରାଯାଉଛି । କାରଣ କ୍ରମାଗତ ୪ ଦିନ ହେବ ଚିକିଟି ମଦମୃତ୍ୟୁ ଘଟଣାକୁ ନେଇ ଅବକାରୀ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଆସୁଛି । ତେଣୁ ଆଜି ମଧ୍ୟ ଏହି ପ୍ରସଙ୍ଗକୁ ପୁଣିଥରେ ବିରୋଧୀ ଉଠାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
 

ଗତକାଲି ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକମାନେ ଅବକାରୀମନ୍ତ୍ରୀଙ୍କର ଇସ୍ତଫା ଦାବି କରି ହୋହାଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡିୟମ ଟଣାଓଟରା କରିଥିଲେ । ଏହାପରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବୀ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe