କନକ ବ୍ୟୁରୋ: ଫାଇଭ-ଟି ଦୁର୍ନୀତିକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି। ଦିନେ ସାରା ରାଜ୍ୟରେ ନାଁ କମେଇଥିବା ଫାଇଭ-ଟି ଏବେ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ । ପ୍ରଶ୍ନକାଳରେ ଫାଇଭ-ଟି ନାଁରେ ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ ମନ୍ତ୍ରୀ କହିଛନ୍ତି ନିର୍ଦ୍ଧିଷ୍ଟ ଅଭିଯୋଗ ଆସିଲେ ତଦନ୍ତ ହେବ ଓ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

Advertisment


ଫାଇଭ-ଟି ଦୁର୍ନୀତିକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ପ୍ରଶ୍ନକାଳରେ ଶାସକ ଦଳ ଫାଇଭ-ଟି ନାଁରେ ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ତଦନ୍ତ ଦାବି କରିଛନ୍ତି । ନବୀନ ସରକାରଙ୍କ ସମୟରେ ବହୁଳ ପ୍ରଚାରିତ ଫାଇଭ-ଟି ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣି ବିଜେଡିକୁ ଘେରିଛି ବିଜେପି । ଦେଖନ୍ତୁ ଏହି ରିପୋର୍ଟ ।  

ନବୀନ ସରକାରଙ୍କ ବହୁ ଚର୍ଚ୍ଚିତ ଓ ବହୁଳ ପ୍ରଚାରିତ ଫାଇଭ-ଟି ଯୋଜନାକୁ ନେଇ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ। ବଜେଟ ଅଧିବେଶନ ପ୍ରଥମ ପର୍ୟ୍ୟାୟର ଶେଷ ଦିନରେ ଫାଇଭ-ଟି ପ୍ରସଙ୍ଗ ଦୁର୍ନୀତିକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ଶାସକ ଦଳ ବିଧାୟକ ନା କେବଳ ଦୁର୍ନୀତି ଓ ଅନିୟମିତତାର ଅଭିଯୋଗ ଆଣିଛନ୍ତି । ବଂର ଫାଇଭ-ଟି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ପ୍ରଶ୍ନ କାଳରେ ବିଜେପି ବିଧାୟକ ଭାସ୍କର ମଢେଇ ଓ ସନାତନ ବିଜୁଳି ଫାଇଭ-ଟି ଦୁର୍ନୀତି କଥା ଉଠାଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ବିଧାନସଭାରେ ଉତ୍ତର ଦେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଏନେଇ ବିଭାଗ ଗୁରୁତର ସହ ବିଚାର କରୁଛି । ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ତଦନ୍ତ ହେବ ଓ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

ଫାଇଭ-ଟିକୁ ନେଇ ବିଧାନସଭାରେ ଉଦବେଗ ଭିତରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋସ ଫାଇଭ-ଟି ସ୍କୁଲ ରୁପାନ୍ତରିତରେ କେତେ ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନ କରିଥିଲେ । ଜବାବ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, 
ଫାଇଭ-ଟି ରୂପାନ୍ତରୀକରଣ ପାଇଁ ଖର୍ଚ୍ଚ ହୋଇଛି ୩ ହଜାର କୋଟି ଟଙ୍କା 
ଫାଇଭ-ଟି  ଯୋଜନାରେ ପିଲାଙ୍କୁ କମ୍ପୁଟର ଶିକ୍ଷା ଦିଆଯାଉଛି 
ପ୍ରଥମ ପର୍ୟ୍ୟାୟରେ ୭୮୧, ଦ୍ଵିତୀୟ ପର୍ୟ୍ୟାୟରେ ୨୨୬୮ ସ୍କୁଲ 
ତୃତୀୟ ପର୍ୟ୍ୟାୟରେ ୨୦୬୫ ସ୍କୁଲ ପାଇଁ ଆର୍ଥକ ବ୍ୟବସ୍ଥା କରାଯାଇଥିଲା 
ବର୍ତ୍ତମାନ ଫାଇଭ-ଟି ଯୋଜନାର କାମ ୭୩୬ ସ୍କୁଲରେ ଚାଲିଛି

ନବୀନ ସରକାରଙ୍କ ଚତୁର୍ଥ ପାଳିରେ ଫାଇଭ-ଟି ଯୋଜନା ଆଣି ସରକରା ଶିକ୍ଷା, ସଂସ୍କୃତିଠୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୂଳକ କାମ କରିଥିଲେ । ଏକ ଫ୍ଲାଗସିପ୍ ଯୋଜନା ଭାବେ ପ୍ରଚାର ପ୍ରସାରରେ କୌଣସି ଉଣା କରିନଥିଲେ। ଏବେ ନବୀନ ସରକାରଙ୍କ ବହୁଳ ପ୍ରଚାରିତ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣି ବିଜେଡିକୁ ଘେରିଛନ୍ତି ଶାସକ ଦଳ ବିଧାୟକ ।