କନକ ବ୍ୟୁରୋ: ଆସାମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପାଖାପାଖି ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହି ଭୂମିକମ୍ପର ପ୍ରଭାବ ଉତ୍ତର-ପୂର୍ବର କିଛି ରାଜ୍ୟ ଓ ପଶ୍ଚିମବଙ୍ଗରେ ବି ଅନୁଭୂତ ହୋଇଥିଲା । ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ ଅପରାହ୍ଣ ୪ଟା ୪୧ ମିନିଟ ସମୟରେ ଏହି ଭୂମିକମ୍ପ ଆସିଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ଅନ୍ୟ ଏକ ଜିଲ୍ଲା ଉଦଲଗୁରିରେ ଭୂପୃଷ୍ଠରୁ ପାଞ୍ଚ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଛି ।
ଆସାମ ବ୍ୟତୀତ ଭୁଟାନ ଏବଂ ପଶ୍ଚିମବଙ୍ଗର ଉତ୍ତର ଭାଗରେ ମଧ୍ୟ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଗୌହାଟିରେ ଭୂମିକମ୍ପର ତୀବ୍ରତା ୫.୮ ମାପ କରାଯାଇଛି। ତଥାପି, ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ଆହତ ଏବଂ କୌଣସି ସମ୍ପତ୍ତି କ୍ଷତିର ଖବର ନାହିଁ । ଏହା ପୂର୍ବରୁ ୨ ସେପ୍ଟେମ୍ବରରେ ମଧ୍ୟ ଆସାମରେ ଏକ ଭୂମିକମ୍ପ ଆସିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/02/25/3BN2fv407gqnBv1nTQ8D.webp)