କନକ ବ୍ୟୁରୋ: ଦେଶରେ ଅନେକ ସମୟରେ କିଛି ଆଇଏଏସ୍ ଅଫିସରଙ୍କୁ ନେଇ ଚର୍ଚ୍ଚା ହୁଏ । ଏଥିରେ ଆଇଏଏସ୍ ଅଶୋକ ଖେମକାଙ୍କ ନାଁ ମଧ୍ୟ ରହିଛି । ଖେମକା ନିଜର ନିର୍ଭିକ ପଦକ୍ଷେପ ପାଇଁ ସବୁବେଳେ ଚଚର୍୍ାରେ ରହିଆସିଛନ୍ତ ଯାହାଙ୍କ ଚାକିରି ଜୀବନ ବେଶ ରୋଚକ ।
ଆଉ କିଛି ମାସ ପରେ ଅବସର ନେବେ ଖେମକା । ହେଲେ ବଦଳି ପୂର୍ବରୁ ତାଙ୍କୁ ନିସ୍ତାର ନାହିଁ । କାରଣ ଏବେବି ତାଙ୍କୁ ପୁଣି ଥରେ ବଦଳି କରାଯାଇଛି । ଯାହାକୁ ନେଇ ସେ ପୁଣି ଥରେ ଚର୍ଚ୍ଚା । ଏବେ ଯାଏଁ ୩୩ ବର୍ଷର ଚାକିରି କାଳ ଭିତରେ ତାଙ୍କୁ ୫୭ ଥର ଟ୍ରାନ୍ସଫର କରାଗଲାଣି । ବିଭିନ୍ନ ବିଭାଗରେ ବିଭିନ୍ନ ପଦକୁ ତାଙ୍କୁ ବଦଳି କରାଯାଇଛି । ବୋଧହୁଏ ଖେମକା ଦେଶର ଦ୍ୱିତୀୟ ଆଇଏଏସ୍ ଯାହାଙ୍କୁ ସର୍ବାଧିକ ଥର ବଦଳ,ି କରାଯାଇଛି । କାରଣ ତାଙ୍କ ପୂର୍ବରୁ ଏହି ରେକର୍ଡ ଟପିଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ପ୍ରଦୀପ କାସନୀ, ଯାହାଙ୍କୁ ୩୫ ବର୍ଷର ଚାକିରି କାଳ ଭିତରେ ୭୧ ଥର ଟ୍ରାନ୍ସଫର କରାଯାଇଥିଲା, ସେ ସମୟରେ ତାଙ୍କର ଏଭଳି ଅପ୍ରତ୍ୟାଶିତ ବଦଳିକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା ।
ଯଦିଓ ଅଶୋକ ଖେକା ପ୍ରଶାସନିକ ସେବାର ୩୩ ବର୍ଷ ହରିୟାଣାରେ ବତାଇଛନ୍ତି କିନ୍ତୁ ସେ ପ୍ରକୃତରେ ପଶ୍ଚିମବଙ୍ଗର ବାସିନ୍ଦା । ସରକାରୀ ତଥ୍ୟ ଅନୁସାରେ, କୋଲକାତାରେ ଖେମକାଙ୍କ ଘର । ୧୯୬୫ ଏପ୍ରିଲ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ଖେମକା । ନିୟମ ଅନୁସାରେ ୨୦୨୫ ଏପ୍ରିଲ ୩୦ ତାରିଖରେ ତାଙ୍କ ଅବସର ଦିନ ।
ଅଶୋକଙ୍କ ବାପା ଝୋଟ ମିଲରେ କିରାଣୀ ଭାବେ କାମ କରୁଥିଲେ । ଅଶୋକ ଖେମକାଙ୍କୁ ପାଠ ପଢା ସାଧାରଣ ପିଲାଙ୍କ ପରି ହୋଇଥିଲା । କିନ୍ତୁ ଗ୍ରାଜୁଏସନ୍ ପରେ ତାଙ୍କ ମେଧା ଶକ୍ତିର ପରିଚୟ ମିଳିଥିଲା । ଆଇଆଇଟି ଖଡଗପୁରରେ ଆଡମିସନ ନେଲେ ଖେମକା, ଯେଉଁଠି କମ୍ପ୍ୟୁଟର ସାଇନ୍ସରେ ସେ ବିଟେକ୍ କଲେ । ଏହାପରେ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ମୁମ୍ବାଇରେ ପିଏଚଡି କଲେ । ଏତିକିରେ ଅଟକିନଥିଲେ ଖେମକା । ଏହାପରେ ସେ ବିଜେନେସ୍ ଆଡମିନିଷ୍ଟ୍ରେସନରେ ଓ ଫାଇନାନ୍ସରେ ଏମବିଏ କଲେ । ଏହାବ୍ୟତୀତ ଇଗନୋରୁ ଏମଏ ମଧ୍ୟ ଶେଷ କଲେ ।
ଏହାପରେ ସିଭିଲ ସର୍ଭିସ ପାଇଁ ମନ ବଳାଇଲେ ଖେମକା । ୧୯୯୦ରେ ୟୁପିଏଏସ୍ ରେ ସଫଳତା ପାଇ ୧୯୯୧ରେ ଆଇଏଏସ୍ ଅଧିକାରୀ ଭାବେ ଯୋଗ ଦେଲେ । ତାଙ୍କୁ ହାରିୟାଣା କ୍ୟାଡରରେ ନିଯୁକ୍ତି ମିଳିଲା । ନିଜର ସଚ୍ଚୋଟପଣିଆ ପାଇଁ ଖୁବ୍ କମ୍ ସମୟରେ ସେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ ।
ହେଲେ କଥାରେ ଅଛି ପରା ଆଜି ସ୍ୱର୍ଥପର ସମାଜରେ ସଚ୍ଚୋଟ ଲୋକଙ୍କ ସ୍ଥାନ ନାହିଁ । ନିଜର କାର୍ୟ୍ୟଦକ୍ଷତା ତଥା ସଚ୍ଚୋଟପଣିଆ ପାଇଁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟକରାଯାଇଛି । ୨୦୧୨ ରେ ଏଭଳି ଏକ ଘଟଣା କ୍ରମରେ ଖବର ସାଉଁଟିଥିଲେ ଖେମକା । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରୋବର୍ଟ ଭଦ୍ରାଙ୍କ ସହ ଜଡିତ ଜମି ବିକ୍ରି ମାମଲାରେ ଏକ ମ୍ୟୁଟେସନକୁ ରଦ୍ଦ କରିଥିଲେ ଖେମକା । ଏହାପରେ ୨୦୧୪ରେ ସେ ପରିବହନ ବିଭାଗ ସଚିବ ଥିବାବେଳେ ଭାରୀ ଯାନକୁ ଫିଟନେସ୍ ସାର୍ଟିଫିକେଟ୍ ଦେବାକୁ ମନା କରିଥିଲେ । ଏହାକୁ ନେଇ ସେ ସମୟରେ ଟ୍ରକ ଚାଳକ ଷ୍ଟ୍ରାଇକ୍ କରିଥିଲେ । ଏତିକିରେ କଥା ସରୁନି ଗତବର୍ଷ ମଧ୍ୟ ତାଙ୍କୁ ନେଇ ଖବର ଆସିଥିଲା । କାରଣ ତାଙ୍କୁ କୌଣସି ଇନଭେଷ୍ଟିଗେସନ୍ ଟିମରେ ନିଯୁକ୍ତି ଦେବାକୁ ସେ ମୁଖ୍ୟମନ୍ତ୍ୀଙ୍କୁ ଚିଠି ଲେଖିଥିଲେ । ଚାକିରୀର ଶେଷ ସମୟରେ ସେ ଭ୍ରଷ୍ଟ୍ରାଚର ବିରୋଧରେ ଲଢିବାକୁ ଚାହାଁନ୍ତି ବୋଲି ନିଜ ଇଚ୍ଛା ପ୍ରକାଶ କରିଥିଲେ ।
ଏବେ ଅଶୋକ ଖେମକାଙ୍କୁ ପୁଣି ଥରେ ବଦଳି କରାଯାଇଛି ।ଏବେ ତାଙ୍କୁ ପରିବହନ ବିଭାଗକୁ ପଠାଇ ଦିଆଯାଇଛି। ଅବସର ନେବାର ୫ ମାସ ପୂର୍ବରୁ ତାଙ୍କୁ ହରିୟାଣା ପରିବହନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଛି । ଏହାକୁ ମିଶାଇ ଏହା ହେଉଛି ଖେମକାଙ୍କର ୫୭ ତମ ବଦିଳି । ଏଠି ଗୋଟିଏ ପ୍ରଶ୍ନ ଜଣେ ସଚ୍ଚୋଟ , ଦକ୍ଷ ଅଫିସରଙ୍କୁ ବାରମ୍ବାର ବଦଳି କାହିଁକି । ପ୍ରକୃତରେ ସରକାରଙ୍କ ଇଚ୍ଛା କଣ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/08/d8GbdjKeJKiIQWaULDOs.jpg)