କନକ ବ୍ୟୁରୋ: ନୂଆବର୍ଷରେ ଅଯୋଧ୍ୟା ରାମମନ୍ଦିରରେ ସ୍ବତନ୍ତ୍ର ପୂଜାପାଠର ଆୟୋଜନ କରାଯାଇଛି । ରାମଲାଲାଙ୍କ ପାଇଁ ୫୬ ପ୍ରକାର ଭଳିକି ଭଳି ପ୍ରସାଦ ରାମଲାଲା ନିକଟରେ ଭୋଗ ଲଗାଯାଇଛି । ରାମନ୍ଦୀର ମୁଖ୍ୟ ପୁରୋହିତ ଆଚାର୍ୟ୍ୟ ସତ୍ୟେନ୍ଦ୍ର ଦାସ ରାମଲାଲାଙ୍କ ପ୍ରସାଦ ଅର୍ପଣ କରିଛନ୍ତି । ଭୋଗ ଥାଳିରେ ରହିଛି ରସଗୋଲା. ଲଡ୍ଡୁ, ବର୍ଫି ପରି ୫୬ ପ୍ରକାର ପ୍ରସାଦ । ଏହାକୁ ଲକ୍ଷ୍ନୌର ଏକ ପ୍ରସିଦ୍ଧ ମିଠା ଦୋକାନୀଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହାସହ ମନ୍ଦିରରେ ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ । ସକାଳ ୭ରୁ ଆରମ୍ଭ ହୋଇଥିବା ଦର୍ଶନ ରାତି ୯ଟା ପର୍ୟ୍ୟନ୍ତ ଚାଲିବ ।
ନୂଆବର୍ଷରେ ଅଯୋଧ୍ୟା ରାମମନ୍ଦିରରେ ଲାଗିଲା ୫୬ପ୍ରକାର ଭୋଗ: ରାମଲାଲାଙ୍କ ପାଇଁ ଲକ୍ଷ୍ନୌରୁ ଆସିଲା ଭଳିକି ଭଳି ମିଠା
ନୂଆବର୍ଷରେ ଅଯୋଧ୍ୟା ରାମ ମନ୍ଦିରରେ ସ୍ବତନ୍ତ୍ର ପୂଜାପାଠର ଆୟୋଜନ କରାଯାଇଛି । ରାମଲାଲାଙ୍କ ପାଇଁ ୫୬ ପ୍ରକାର ଭଳିକି ଭଳି ପ୍ରସାଦ ରାମଲାଲା ନିକଟରେ ଭୋଗ ଲଗାଯାଇଛି । ରାମ ମନ୍ଦିର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ରାମଲାଲାଙ୍କ ପ୍ରସାଦ ଅର୍ପଣ କରିଛନ୍ତି ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)