୧୦ ବର୍ଷରେ ଗଲାଣିି ୫୫ ବାଘଙ୍କ ଜୀବନ : ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ପରିବେଶ ମନ୍ତ୍ରୀ

୧୦ ବର୍ଷ ମଧ୍ୟରେ ୪୮ ଟି କଲରା ପତରିଆ ୭ ଟି ମହାବଳ ବାଘଙ୍କର ମୃତ୍ୟୁ ହୋଇଛି । ଏଥିରୁ ୨୫ ଶିକାରୀଙ୍କ ଦ୍ୱାରା ହତ୍ୟା କରାଯାଇଛି । ସେହିପରି ୪ ଟି ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣାରେ ୨, ରାସ୍ତା ଦୁର୍ଘଟଣା ରେ ୩,ନଦୀ ନାଳରେ ବୁଡି ୬ ପ୍ରାଣ ହରାଇଛନ୍ତି : ପରିବେଶ ମନ୍ତ୍ରୀ

ଅଦ୍ୟତନ ହୋଇଛି
tiger death

କନକ ବ୍ୟୁରୋ:  ଓଡିଶାରେ ଏବେ କେତେ ବାଘ ଅଛନ୍ତି, ସେମାନଙ୍କ ସୁରକ୍ଷା ପାଇଁ କି କି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଟଙ୍କଧର ତ୍ରିପାଠୀ । ଉତ୍ତରରେ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଥିଲେ, ୧୦ ବର୍ଷ ମଧ୍ୟରେ ୪୮ ଟି କଲରା ପତରିଆ  ୭ ଟି ମହାବଳ ବାଘଙ୍କର ମୃତ୍ୟୁ ହୋଇଛି । ଏଥିରୁ ୨୫ ଶିକାରୀଙ୍କ ଦ୍ୱାରା ହତ୍ୟା କରାଯାଇଛି । ସେହିପରି ୪ ଟି ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣାରେ ୨, ରାସ୍ତା ଦୁର୍ଘଟଣା ରେ ୩,ନଦୀ ନାଳରେ ବୁଡି ୬ ପ୍ରାଣ ହରାଇଛନ୍ତି । 

ବର୍ତ୍ତମାନ ରାଜ୍ୟ ସ୍ତରୀୟ ବାଘଗଣନା ୨୦୨୪ ଅନୁଯାୟୀ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ୨୪ଟି, କେନ୍ଦୁଝର , ଓ କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ , ପାରଳାଖେମୁଣ୍ଡିରେ ଗୋଟିଏ ଓ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ ସର୍ବମୋଟ ୨୭ଟି ମହାବଳ ବାଘ ଥିବା ଗଣନାରୁ ଜଣାପଡିଛି । ଏହାବ୍ୟତୀତ ଶିମିଳିପାଳରେ ୮ଟି ବାଘ ଶବକ ଥିବା ଠାବ କରାଯାଇଛି ବୋଲି କହିଛନ୍ତି ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe