ପାଚିଲା ଧାନ ବିଲରେ ହାତୀପଲ । ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତରେ ୫୫ଟି ଝାଡ଼ଖଣ୍ଡି ହାତୀପଲଙ୍କ ଆତଙ୍କ ।

Advertisment

ପାଚିଲା ଧାନ ବିଲରେ ହାତୀପଲ । ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତରେ ୫୫ଟି ଝାଡ଼ଖଣ୍ଡି ହାତୀପଲଙ୍କ ଆତଙ୍କ । ଦଳିଚକଟି ନଷ୍ଟ କରୁଛନ୍ତି ଧାନ ଫସଲ ।

ପାଚିଲା ଧାନ ବିଲରେ ହାତୀପଲ । ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତରେ ୫୫ଟି ଝାଡ଼ଖଣ୍ଡି ହାତୀପଲଙ୍କ ଆତଙ୍କ । ଦଳିଚକଟି ନଷ୍ଟ କରୁଛନ୍ତି ଧାନ ଫସଲ ।

 TERROR

କନକ ବ୍ୟୁରୋ: ପାଚିଲା ଧାନ ବିଲରେ ହାତୀପଲ। ୫-୧୦ ନୁହେଁ, ୫୫ଟି ହାତୀ। ଛୁଆ ଠାରୁ ବଡ଼ ସମସ୍ତେ ଚରିଯାଉଛନ୍ତି ଧାନ।  ଓଡ଼ିଶା-ପଶ୍ଚିମବଙ୍ଗ ସିମାନ୍ତ ଗାଁରେ ଝାଡ଼ଖଣ୍ଡି ହାତୀ ଉତ୍ପାତ କରୁଛନ୍ତି । ଅମଳକ୍ଷମ ଧାନ ବିଲକୁ ନିଜ କବଜାକୁ ନେଇଯାଇଛନ୍ତି । ଜଙ୍ଗଲରେ ରହୁଛନ୍ତି ମନହେଲେ ଜମିରେ ପଶି ସବୁ ସଫା କରିଦେଉଛନ୍ତି। ବାଲେଶ୍ୱରର ରାଇବଣିଆର କୁଶଗଡ ଏବଂ ଲୁହାପଡା ଜଙ୍ଗଲରେ ୫୫ଟି ଝାଡ଼ଖଣ୍ଡି ହାତୀ ରହୁଛନ୍ତି ।

ଧାନ ବିଲରେ ହାତୀପଲଙ୍କୁ ଦେଖି ଭୟଭୀତ ଅଞ୍ଚଳବାସୀ ଓ ଚାଷୀ। ବନ ବିଭାଗ ଏବଂ ଗଜସାଥି ହାତୀ ଘଉଡାଇବା ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ପଶ୍ଚିମବଙ୍ଗ ଅଞ୍ଚଳର ଲୋକ ହାତୀପଲଙ୍କୁ ଓଡ଼ିଶା ପଟକୁ ଘଉଡାଇ ଦେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। ହାତୀପଲ ଧାନ ବିଲରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଦିନରେ ଜଙ୍ଗଲରେ ରହୁଥିବା ହାତୀପଲ, ରାତିରେ ଗାଁ ଆଡକୁ ଆସିବାର ଆଶଙ୍କା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe