କନକ ବ୍ୟୁରୋ: ଦେଶ ବିଦେଶରୁ ନିବେଶକ ଆସିଲେ, କୋଟି କୋଟିର ନିବେଶ ପାଇଁ ଏମଓୟୁ ହେଲା। ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଓଡ଼ିଶାକୁ ନିବେଶର ହବ୍ ଭାବେ ପରିଚୟ ଦେଲା। ଦେଖନ୍ତୁ, କେଉଁ ଶିଳ୍ପପତି ଓଡ଼ିଶାରେ କେତେ ପୁଞ୍ଜିନିବେଶ?
- ଚମକାଇଦେଲା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ
- ଓଡ଼ିଶାକୁ ଛୁଟିଲା ନିବେଶର ସୁଅ
ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଓଡ଼ିଶା ପାଇଁ ବଡ ସମ୍ଭବନା ସୃଷ୍ଟି କରିଛି। ସମ୍ମିଳନୀର ପ୍ରଥମ ଦିନରେ ଦେଶ ଓ ବିଦେଶର ବଡ ବଡ ଶିଳ୍ପପତିଙ୍କ କୋଟି କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ଭାବେ ଗଢି ତୋଳିବାକୁ ବଳ ଦେଇଛି। ଏବେ ସୁଦ୍ଧା ବିଭିନ୍ନ ଶିଳ୍ପ ସଂସ୍ଥା ସହ ୫୪ଟି ଏମଓୟୁ ସ୍ବାକ୍ଷରିତ କରିଛନ୍ତି ରାଜ୍ୟ ସରକାର। ପ୍ରଥମ ଦିନରେ ଆଦାନୀ ଗ୍ରୁପ ସର୍ବାଧିକ ନିବେଶ ପାଇଁ ହଁ ଭରିଛି।
୫୪ MOU, ୪.୫ ଲକ୍ଷ କୋଟିର ନିବେଶ
- ଓଡ଼ିଶାରେ ଆଦାନୀ ଗ୍ରୁପ୍ ୨ ଲକ୍ଷ ୨୮ ହଜାର କୋଟିର କରିବ ନିବେଶ
- ଗୋପାଳପୁର ଓ ଧାମରାରେ ଥିବା ବନ୍ଦରର ସମ୍ପ୍ରସାରଣ କରିବ ଆଦାନୀ ଗ୍ରୁପ୍
- କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ କରିବ ଜେଏସଡବ୍ଲୁ, ୫ ମିଲିୟନ ଟନ୍ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟ
ଓଡ଼ିଶାର ଶିଳ୍ପ ଅନୁକୂଳ ଥିବା ପ୍ରତି ଜିଲ୍ଲାରେ ଗଢିଉଠିବ ନୂଆ ନୂଆ ଶିଳ୍ପ । ଏଥିପାଇଁ…
- ବିଭିନ୍ନ ପ୍ରକଳ୍ପରେ ଓଡ଼ିଶାରେ ୧ ଲକ୍ଷ କୋଟିର ନିବେଶ କରିବ ବେଦାନ୍ତ ଗ୍ରୁପ୍
- ପଶ୍ଚିମ ଓଡ଼ିଶାରେ କପର ବଏଲ ପ୍ଲାଣ୍ଟ କରିବ ବିର୍ଲା ଗ୍ରୁପ୍, ନିବେଶ କରିବ ୫୦ ହଜାର କୋଟି
- ଜେଏସପିଏଲ ୭୦ ହଜାର କୋଟିର ନିବେଶ ପାଇଁ ଏମଓୟୁ କରିଛି
ଉତ୍କର୍ଷ ଓଡ଼ିଶା କନକ୍ଲେଭରୁ ୫ ଲକ୍ଷ କୋଟି ଟଙ୍କାର ନିବେଶ ଆଶା ରଖିଛି ଓଡ଼ିଶା। ସମ୍ମିଳନୀର ପ୍ରଥମ ଦିନରେ ନିବେଶ ପାଇଁ ସାଢେ ୪ ଲକ୍ଷ କୋଟି ଟଙ୍କାର ଏମଓୟୁ ସରିଛି। ଯାହା ଆଗକୁ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଡ୍ରାଇଭିଂ ଇଞ୍ଜିନ ଭାବେ ଛିଡା କରିବ ବୋଲି କୁହାଯାଉଛି।