କମ୍ପାନୀର ଦୃଢତା ,ରୂପାନ୍ତରଣ ଏବଂ ଭବିଷ୍ୟତ ପ୍ରସ୍ତୁତି ଉପରେ ୫୩ତମ ବାର୍ଷିକ ସାଧାରଣ ବୈଠକ

ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ ସେଲ ପକ୍ଷରୁ ଜୁନ୍ ୧୬ ତାରିଖରେ ନୂଆଦିଲ୍ଲୀର ଚିନ୍ନୟ ମିଶନ ଠାରେ ଏହାର ୫୩ତମ  ବାର୍ଷିକ ସାଧାରଣ ବୈଠକ ଆୟୋଜନ କରାଯାଇଥିଲା

CELL

Photograph: (KANAKNEWS)

କନକବ୍ୟୁରୋ :  ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ ସେଲ ପକ୍ଷରୁ ଜୁନ୍ ୧୬ ତାରିଖରେ ନୂଆଦିଲ୍ଲୀର ଚିନ୍ନୟ ମିଶନ ଠାରେ ଏହାର ୫୩ତମ  ବାର୍ଷିକ ସାଧାରଣ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ସେ ବିଶ୍ବସ୍ତରୀୟ ପ୍ରତିକୂଳ ପରିସ୍ଥିତି ମଧ୍ୟରେ କମ୍ପାନୀର ସ୍ଥିରତା ପ୍ରର୍ଦଶନ ଏବଂ ଭବିଷ୍ୟତ ଅଭିବୃଦ୍ଧି ପାଇଁ ଏହାର ରଣନୈତିକ ରୋଡ୍ ମ୍ୟାପ ଉପରେ ଆଲୋକପାତ କରିଥିଲେ । 

ଏହି ପରି ପ୍ରେକ୍ଷୀରେ ଶ୍ରୀ ପ୍ରକାଶ ନିଜ ବକ୍ତବ୍ୟରେ କହିଥିଲେ ଯେ ଦୃଢତା ସ୍ଥିରତା ଏବଂ ସ୍ଥାୟୀ ଭଳି ଗୁଣାବଳୀ ପାଇଁ ଇସ୍ପାତକୁ ପ୍ରାୟତ ଆଧୁନିକ ସଭ୍ୟତାର ମେରୁଦଣ୍ତ ବୋଲି କୁହାଯାଏ । ଇସ୍ପାତ ସଦୃଷ ଆମର କମ୍ପାନୀ ମଧ୍ୟ ଅଗ୍ନି ଦ୍ବାରା ପରୀକ୍ଷିତ ଆହ୍ବାନ ଦ୍ବାରା ଆକୃତି ପ୍ରାପ୍ତ ଏବଂ ଅଭିଗଂତା ଦ୍ବାରା ସଶକ୍ତ କରାଯାଏ । ସେ ଆହୁରି ମଧ୍ୟ ଦୃଢତା ପ୍ରକାଶ କରିଥିଲେ ଯେ ୨୦୪୭  ସୁଦ୍ଧା ସେଲ୍ ବିକଶିତ  ଭାରତର ବିକାଶ ଯାତ୍ରାରେ ସାକ୍ଷୀ ହେବା ସହିତ ପ୍ରମୁଖ ଶଂଶୀଦାର ଭାବରେ ଠିଆ ହେବ । ନିଜର ବକ୍ତବ୍ୟ ଶେଷରେ ଶ୍ରୀ ପ୍ରକାଶ କହିଥିଲେ ଯେ ସେଲ୍ ଆସନ୍ତାକାଲି ପାଇଁ ପ୍ରସ୍ତୁତ । ମୁଁ ନିଶ୍ଚିତ ଯେ ସେଲ୍ ଆହୁରି ଶକ୍ତିଶାଳୀ ହୋଇ ସ୍ଥିରତା , କ୍ଷମତା ଏବଂ ଦୃଷ୍ଟିକୋଣ ବହନ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe