କନକବ୍ୟୁରୋ : ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ ସେଲ ପକ୍ଷରୁ ଜୁନ୍ ୧୬ ତାରିଖରେ ନୂଆଦିଲ୍ଲୀର ଚିନ୍ନୟ ମିଶନ ଠାରେ ଏହାର ୫୩ତମ ବାର୍ଷିକ ସାଧାରଣ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ସେ ବିଶ୍ବସ୍ତରୀୟ ପ୍ରତିକୂଳ ପରିସ୍ଥିତି ମଧ୍ୟରେ କମ୍ପାନୀର ସ୍ଥିରତା ପ୍ରର୍ଦଶନ ଏବଂ ଭବିଷ୍ୟତ ଅଭିବୃଦ୍ଧି ପାଇଁ ଏହାର ରଣନୈତିକ ରୋଡ୍ ମ୍ୟାପ ଉପରେ ଆଲୋକପାତ କରିଥିଲେ ।
ଏହି ପରି ପ୍ରେକ୍ଷୀରେ ଶ୍ରୀ ପ୍ରକାଶ ନିଜ ବକ୍ତବ୍ୟରେ କହିଥିଲେ ଯେ ଦୃଢତା ସ୍ଥିରତା ଏବଂ ସ୍ଥାୟୀ ଭଳି ଗୁଣାବଳୀ ପାଇଁ ଇସ୍ପାତକୁ ପ୍ରାୟତ ଆଧୁନିକ ସଭ୍ୟତାର ମେରୁଦଣ୍ତ ବୋଲି କୁହାଯାଏ । ଇସ୍ପାତ ସଦୃଷ ଆମର କମ୍ପାନୀ ମଧ୍ୟ ଅଗ୍ନି ଦ୍ବାରା ପରୀକ୍ଷିତ ଆହ୍ବାନ ଦ୍ବାରା ଆକୃତି ପ୍ରାପ୍ତ ଏବଂ ଅଭିଗଂତା ଦ୍ବାରା ସଶକ୍ତ କରାଯାଏ । ସେ ଆହୁରି ମଧ୍ୟ ଦୃଢତା ପ୍ରକାଶ କରିଥିଲେ ଯେ ୨୦୪୭ ସୁଦ୍ଧା ସେଲ୍ ବିକଶିତ ଭାରତର ବିକାଶ ଯାତ୍ରାରେ ସାକ୍ଷୀ ହେବା ସହିତ ପ୍ରମୁଖ ଶଂଶୀଦାର ଭାବରେ ଠିଆ ହେବ । ନିଜର ବକ୍ତବ୍ୟ ଶେଷରେ ଶ୍ରୀ ପ୍ରକାଶ କହିଥିଲେ ଯେ ସେଲ୍ ଆସନ୍ତାକାଲି ପାଇଁ ପ୍ରସ୍ତୁତ । ମୁଁ ନିଶ୍ଚିତ ଯେ ସେଲ୍ ଆହୁରି ଶକ୍ତିଶାଳୀ ହୋଇ ସ୍ଥିରତା , କ୍ଷମତା ଏବଂ ଦୃଷ୍ଟିକୋଣ ବହନ କରୁଛି ।