କନକ ବ୍ୟୁରୋ : ୪୮ ଘଣ୍ଟାରେ ଭାରତ ଛାଡ଼ । ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କ ପାଇଁ ୪୮ ଘଣ୍ଟାର ଡେଡଲାଇନ୍ ଦିଆଯାଇଛି । ଭାରତ ନଛାଡ଼ିଲେ, ମିଳିବ କଡ଼ା ଦଣ୍ଡ । ୩ ବର୍ଷର ଜେଲ ଦଣ୍ଡାଦେଶ ସହ ୩ଲକ୍ଷ ଟଙ୍କାର ଜରିମାନା ଭୋଗିବେ ।  ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ପାକିସ୍ତାନୀଙ୍କୁ ‘ଭାରତ ଛାଡ଼’ ନୋଟିସ୍ ହୋଇଛି । ସାର୍କ ଭିସାଧାରୀଙ୍କୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଥିଲା । କେନ୍ଦ୍ର ସରକାର ୧୨ ଶର୍ଟ-ଟର୍ମ ଭିସାଧାରୀଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ।  ମେଡିକାଲ ଭିସାଧାରୀଙ୍କୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଗତ ଦୁଇ ଦିନରେ ୨୭୨ ପାକିସ୍ତାନୀ ଅଟାରୀ-ୱାଘା ସୀମା ଦେଇ ଭାରତ ଛାଡ଼ିଛନ୍ତି । ଏପର୍ଯ୍ୟନ୍ତ ମହାରାଷ୍ଟ୍ର, ତେଲେଙ୍ଗାନା, କେରଳ, ମଧ୍ୟପ୍ରଦେଶ, ଓଡ଼ିଶା, ଗୋଆ, ଗୁଜରାଟ ଓ ୟୁପିରେ ରହୁଥିବା ପାକିସ୍ତାନ ନାଗରିକ ଭାରତ ଛାଡ଼ିଛନ୍ତି ।  ମହାରାଷ୍ଟ୍ରରେ ପାଖାପାଖି ୧ହଜାର ପାକିସ୍ତାନୀ ନାଗରିକ ସର୍ଟ-ଟର୍ମ ଭିସାରେ ଥିଲେ ।  ଭାରତକୁ ୬୨୯ ଭାରତୀୟ ନାଗରିକ ପାକିସ୍ତାନରୁ ଫେରୁଛନ୍ତି । ଏଥିରେ ୧୩ ଜଣ କୁଟନୀତିଜ୍ଞ ଓ ଅଧିକାରୀ ସାମିଲ ଅଛନ୍ତି । ଏପ୍ରିଲ ୨୫ରେ ୧୯୧ ପାକିସ୍ତାନୀ ନାଗରିକ ଅଟାରୀ-ୱାଘା ସୀମା ଦେଇ ଭାରତ ଛାଡ଼ିଛନ୍ତି । ଏପ୍ରିଲ ୨୬ରେ ଭାରତ ଛାଡ଼ିଛନ୍ତି ୮୧ଜଣ ପାକିସ୍ତାନୀ

Advertisment

ସେପଟେ ଓଡ଼ିଶା ଛାଡ଼ି ପାକିସ୍ତାନ ଯିବା ପାଇଁ ନିର୍ଦ୍ଦେଶ ଆସିବା ପରେ ଅସୁସ୍ଥ ହୋଇପଡିଛନ୍ତି ବାଲେଶ୍ବର ଜିଲ୍ଲା ସୋରର ରେଜିଆ ସୁଲତାନା । ତାଙ୍କର ରକ୍ତଚାପ ବଢିଯାଇଥିବାରୁ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ରେଜିଆ ସୁଲତାନାଙ୍କ ପୁଅଙ୍କ କହିବା କଥା ହେଲା, ତାଙ୍କ ପରିବାର ଦୀର୍ଘ ବର୍ଷ ହେଲା ଓଡ଼ିଶାରେ ରହୁଛନ୍ତି । ଏଠାର ଆଧାର କାର୍ଡ, ରାସନ୍ କାର୍ଡ ସବୁକିଛି ରହିଛି । ହେଲେ କାହିଁକି ତାଙ୍କୁ ପାକିସ୍ତାନ ଯିବାକୁ ନୋଟିସ୍ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ।