୨ବର୍ଷରେ ୫୨୩ ମାଓବାଦୀ ନିହତ : ୭ ମାଓନେତା ମୃତ, ଏବେ ବି ସକ୍ରିୟ ୮

ଦିନକୁ ଦିନ ରାଜ୍ୟରେ ମାଓଗଡ଼ ଭୁଶୁଡ଼ିବାରେ ଲାଗିଛି । ପୁଲିସ, ସିଆର୍‌ପିଏଫ୍‌ ଓ ବିଏସ୍‌ଏଫ୍‌ର ଗୋଟିଏ ପରେ ଗୋଟିଏ ମିଳିତ ଅପରେସନ୍‌କୁ ସାମନା କରିବା ମାଓ ନେତାଙ୍କୁ ଭାରି ପଡ଼ୁଛି ।

MAOBADI

Photograph: (KANAKNEWS)

କନକ ବ୍ୟୁରୋ : ଦିନକୁ ଦିନ ରାଜ୍ୟରେ ମାଓଗଡ଼ ଭୁଶୁଡ଼ିବାରେ ଲାଗିଛି । ପୁଲିସ, ସିଆର୍‌ପିଏଫ୍‌ ଓ ବିଏସ୍‌ଏଫ୍‌ର ଗୋଟିଏ ପରେ ଗୋଟିଏ ମିଳିତ ଅପରେସନ୍‌କୁ ସାମନା କରିବା ମାଓ ନେତାଙ୍କୁ ଭାରି ପଡ଼ୁଛି ।  ସବୁଠୁ ବଡ଼କଥା ହେଲା ଏନ୍‌କାଉଣ୍ଟର ଯୋଗୁଁ ସଂଗଠନ ସମ୍ଭାଳୁଥିବା ମାଓନେତାଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ନୂଆ ନେତୃତ୍ବ ନେବାକୁ ଆଉ କେହି ସାହସ କରି ଆଗକୁ ଆସୁନାହାନ୍ତି ।  ତଥ୍ୟ କହୁଛି, ୨୦୨୪ ଓ ୨୦୨୫ ମସିହାରେ ପୁଲିସ ଏନ୍‌କାଉଣ୍ଟର୍‌ରେ ୫୨୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି  ।

ଅଧିକ ପଢନ୍ତୁ... ମନି ଲଣ୍ଡରିଂ ମାମଲାରେ ଅଲ୍‌-ଫଲହାର ପ୍ରତିଷ୍ଠାତା ଜୱାଦ ଅହମ୍ମଦ ସିଦ୍ଦିକି ଗିରଫ

ସେହିପରି ୨୨୩୫ ଜଣ ଗିରଫ ହୋଇ ଜେଲରେ ଅଛନ୍ତି। ଭୟରେ ୧୮୬୫ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।  ୨୦୨୪ ମସିହା ପୂର୍ବରୁ ୨୩ ଜଣ କେନ୍ଦ୍ରୀୟ କମିଟି ମେମ୍ବର ଥିବା ବେଳେ ୨୦୨୪ ବେଳକୁ ଏହା ୧୫ରେ ପହଞ୍ଚିଥିଲା । ୨୦୨୪-୨୫ରେ ଛତିଶଗଡ଼ରେ ୪ ଜଣ, ଓଡ଼ିଶାରେ ଜଣେ ଏବଂ ଝାଡ଼ଖଣ୍ଡରେ ଜଣେ ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିବା ବେଳେ ତେଲେଙ୍ଗାନାରେ ଜଣେ କେନ୍ଦ୍ରୀୟ କମିଟି ସଦସ୍ୟ ଆତ୍ମସମର୍ପଣ କରିଛି। ଆଉ ୮ରୁ ୧୦ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ଜୀବିତ ଥିବା ଜଣାପଡ଼ିଛି । 

ଅଧିକ ପଢନ୍ତୁ..ହମାସ୍ ଶୈଳୀ ଆକ୍ରମଣରେ ଦୋହଲିଥାନ୍ତା ଦିଲ୍ଲୀ; ଲାଲକିଲ୍ଲା ଉପରେ ହୋଇଥାନ୍ତା ରକେଟ୍ ମାଡ଼

ତେବେ ମାଓନେତା ହିଡ଼ମା ନିହତ ପୂର୍ବରୁ କିଭଳି ମାଓଗଡ଼ ଭୁଶୁଡ଼ିଥିଲା ତାହା ଗତ ୨ ବର୍ଷର ପୁଲିସ ଅପରେସନ୍‌ରୁ ସ୍ପ‌ଷ୍ଟ‌ ହୋଇଛି। ଗତ ସେପ୍ଟେମ୍ବର ୧୦ ତାରିଖରେ କେନ୍ଦ୍ରୀୟ କମିଟି ସଦସ୍ୟ ସୁଜାତା ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ସେହିପରି ଜୁନ୍‌ ୧୮ ତାରିଖରେ ପୁଲିସ ଓ ସିଆର୍‌ପିଏଫ୍‌ର ଏନ୍‌କାଉଣ୍ଟରରେ ଆନ୍ଧ୍ର-ଓଡ଼ିଶା ସୀମାରେ କେନ୍ଦ୍ରୀୟ କମିଟି ସଦସ୍ୟ ଉଦୟ ନିହତ ହୋଇଥିଲା । ଜୁନ୍‌ ୫ ତାରିଖରେ ନ୍ୟାସ୍‌ନାଲ୍‌ ପାର୍କରେ ସଂଗଠନର ଶୀର୍ଷ ନେତା ଭାସ୍କରର ମୃତ୍ୟୁ ଘଟିଥିଲା। ମେ’ ୨୯ରେ ସୁକମାରେ ୧୭ ଓ ମେ’ ୭ରେ କାରଗେଟା ଜଂଗଲରେ ୨୬ ନକ୍ସଲ ମୃତ୍ୟୁବରଣ କରିଥିଲେ । 

ମାର୍ଚ୍ଚ ୨୮ରେ ୧୭ ନକ୍ସଲ ନିହତ ହୋଇଥିଲେ ଓ ମାଓ କମାଣ୍ଡର ଜଗଦୀଶ ନିହତ ହୋଇଥିଲା । ମାର୍ଚ୍ଚ ୨୦ରେ ୧୮ ନକ୍ସଲ ନିହତ ହୋଇଥିଲେ। ଫେବ୍ରୁଆରି ୯ରେ ବିଜାପୁରରେ ୩୧ ନକ୍ସଲ ନିହତ ହୋଇଥିଲେ। ଜାନୁଆରି ୨୧ରେ ଗରିଆବନ୍ଦଠାରେ ସେଣ୍ଟ୍ରାଲ୍‌ କମିଟି ମେମ୍ବର ଚଲପତି ସମେତ ୧୪ ଜଣ ନକ୍ସଲ ନିହତ ହୋଇଥିଲେ। ଗତ ୨୦୨୪ ଅକ୍ଟୋବର ୨୪ରେ ଛତିଶଗଡ଼ର ଦନ୍ତେଵାଡା ଜିଲ୍ଲାର ଅବୁଝମାଡ଼ ଜଂଗଲରେ ୩୧ ନକ୍ସଲ ପୁଲିସ ଗୁଳିରେ ଟଳିପଡ଼ିଥିଲେ। ମାଓ କମାଣ୍ଡର ଉର୍ମିଲା ନିହତ ହୋଇଥିଲା ।  ଏପ୍ରିଲ୍‌ ୧୬ରେ ଛତିଶଗଡ଼ର କାଂକେର ଜିଲ୍ଲାରେ ୨୯ ନକ୍ସଲ ନିହତ ହୋଇଥିଲେ। ଏହି ଏନ୍‌କାଉଣ୍ଟର୍‌ରେ ମାଓ କମାଣ୍ଡର ଶଙ୍କର ରାଓ ନିହତ ହୋଇଥିଲା । ମାଓବାଦୀଙ୍କ ମୁଖ୍ୟ ବାସବରାଜୁର ମୃତ୍ୟୁ ପରେ ମାଓ ନେତା ତିରୁପତି ବର୍ତ୍ତମାନ ମହାସଚିବ ଦାୟିତ୍ବରେ ଥିବା ଜଣାପଡ଼ିଛି ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe