ଖୁବଶୀଘ୍ର ନିଯୁକ୍ତ ହେବେ ୫ହଜାର ଡାକ୍ତର, ୩ହଜାର ପାରାମେଡିକାଲ ଷ୍ଟାଫ୍ : ସ୍ବାସ୍ଥ୍ୟମନ୍ତ୍ରୀ

ମେଡିକାଲ ନିଯୁକ୍ତି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଦୁଇଟି ସଂଶୋଧନ କରାଯାଇଛି।  ଏହି କ୍ରମରେ ଖୁବଶୀଘ୍ର ୫୦୦୦ ଡାକ୍ତର, ୩୦୦୦ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିବେ ରାଜ୍ୟ ସରକାର।

40do

କନକ ବ୍ୟରୋ: ମେଡିକାଲ ନିଯୁକ୍ତି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଦୁଇଟି ସଂଶୋଧନ କରାଯାଇଛି।  ଏହି କ୍ରମରେ ଖୁବଶୀଘ୍ର ୫୦୦୦ ଡାକ୍ତର, ୩୦୦୦ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିବେ ରାଜ୍ୟ ସରକାର । ଏଥିପାଇଁ ପ୍ରକ୍ରିୟା ଜାରି ରହିଛି ।  ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। 

୨୦୧୪ ମସିହା ପରେ ଯେତେ ସବୁ ବଡ ମେଡିକାଲ କଲେଜ ଖୋଲିଛି, ସେଥିପାଇଁ ୨୫୦ ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଭଦ୍ରକ ଜିଲ୍ଲାରେ ଖୁବ ଶୀଘ୍ର ମେଡିକାଲ କଲେଜ ଖୋଲିବ ବୋଲି ଗୃହରେ ଘୋଷଣା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ତେବେ ଆଜି ସ୍ବାଭାବିକ ଚାଲିଛି ଗୃହରେ ପ୍ରଶ୍ନେତ୍ତର କାର୍ୟ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe