ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ବିଷ ଦେଇ ମରାଗଲା ୫୦୦ କୁକୁର

Advertisment

ପଞ୍ଚାୟତ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଅନେକ ଗାଁରେ ଗତ ଏକ ସପ୍ତାହ ହେଲା କୁକୁରଙ୍କୁ ବିଷ ଦେଇ ମରାଯାଉଛି । ଜାନୁଆରୀରେ ପାଖାପାଖି ୫୦୦ କୁକୁରଙ୍କୁ ମରାଯାଇଛି ।

ପଞ୍ଚାୟତ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଅନେକ ଗାଁରେ ଗତ ଏକ ସପ୍ତାହ ହେଲା କୁକୁରଙ୍କୁ ବିଷ ଦେଇ ମରାଯାଉଛି । ଜାନୁଆରୀରେ ପାଖାପାଖି ୫୦୦ କୁକୁରଙ୍କୁ ମରାଯାଇଛି ।

Dog

Dog Photograph: (kanak news)

କନକ ବ୍ୟୁରୋ : ତେଲଙ୍ଗାନାରେ ବୁଲା କୁକୁରଙ୍କୁ ମରାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ପଞ୍ଚାୟତ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଅନେକ ଗାଁରେ ଗତ ଏକ ସପ୍ତାହ ହେଲା କୁକୁରଙ୍କୁ ବିଷ ଦେଇ ମରାଯାଉଛି । ଜାନୁଆରୀରେ ପାଖାପାଖି ୫୦୦ କୁକୁରଙ୍କୁ ମରାଯାଇଛି । ଜାନୁଆରୀ ୧୨ରେ ଏନେଇ ପ୍ରାଣୀ କଲ୍ୟାଣ କର୍ମୀ ଅଦୁଲାପୁରମ୍‌ ଗୌତମ (୩୫) ଅଭିଯୋଗ କରିଥିଲେ । କମାରେଡ୍ଡୀ ଜିଲ୍ଲାର ଭବାନିପେଟ୍‌, ପାଲୱାନଞ୍ଚା, ଫରିଦପେଟ୍‌, ୱାଦି ଓ ବନ୍ଦାରାମେଶ୍ବରପଲ୍ଲୀରେ ଗାଁରେ ଗତ ଦୁଇ ତିନି ଦିନରେ ପାଖାପାଖି ୨୦୦ କୁକୁରଙ୍କୁ ମରାଯାଇଛି । ଗାଁ ସରପଞ୍ଚଙ୍କ ନିର୍ଦ୍ଦେଶରେ ଏହି ସବୁ କୁକୁରଙ୍କୁ ମରାଯାଉଛି ବୋଲି ଗୌତମ ଅଭିଯୋଗ କରିଛନ୍ତି । ପୁଲିସ ସୂତ୍ର ଅନୁଯାୟୀ ୫ ସରପଞ୍ଚ ଓ କିଶୋର ପାନ୍ଧେ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । କୁକୁରଙ୍କୁ ବିଷାକ୍ତ ଇଞ୍ଜେକସନ୍‌ ଦିଆଯାଇଥିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । 

ପୁଲିସ ପଶୁଚିକିତ୍ସକଙ୍କ ଦ୍ବାରା ମୃତ କୁକୁରଙ୍କ ବ୍ୟବଛେଦ କରାଇବା ପରେ ଗାଁ ବାହାରେ ପୋତି ଦେଇଛି । କୁକୁରଙ୍କ ମରିବା କାରଣ ଜାଣିବାକୁ ଭିସେରା ରିପୋର୍ଟ ଫରେନସିକ୍‌ ଲାବୋରେଟୋରୀକୁ ପଠାଯାଇଛି । ଅଭିଯୁକ୍ତଙ୍କୁ ନୋଟିସ ଜାରି କରାଯାଇଥିବା ପୁଲିସ କହିଛି । ଗାଁ ଲୋକଙ୍କ ଅନୁଯାୟୀ, ଜିତିଥିବା ସରପଞ୍ଚ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ ବୁଲା କୁକୁରଙ୍କୁ ବିଷ ଦେଇ ମାରୁଛନ୍ତି । ଜାନୁଆରୀ ୬ରୁ ୯ ତାରିଖ ମଧ୍ୟରେ ହନମକୋଣ୍ଡା ଜିଲ୍ଲାରେ ୩୦୦ କୁକୁରଙ୍କୁ ମରାଯିବାକୁ ନେଇ ୯ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ମହିଳା ସରପଞ୍ଚ ଅଛନ୍ତି । ତେବେ ସରପଞ୍ଚମାନଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe