କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ଚଳିତ ବଜେଟ୍‌ରେ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ସରକାର । ହେଲେ ଏହି ଟଙ୍କା ଖର୍ଚ୍ଚ କରିବ କିଏ? ଗତ ଦେଢ ବର୍ଷ ଧରି ଅଧ୍ୟକ୍ଷ ନିଯୁକ୍ତ କରାଯାଇନାହିଁ । ବଜେଟ ଘୋଷଣା କରି ସରକାର ବାହାବା ନେଉଛନ୍ତି ହେଲେ ଖର୍ଚ୍ଚ କେମିତି ହେବ ଓ କିଏ କରିବ ତାହାର ଦାୟିତ୍ବ କାହାକୁ ଦେଉନାହାନ୍ତି । 

Advertisment

ଏହା ବି ପଢ଼ନ୍ତୁ: ନାହାନ୍ତି ସ୍ଥାୟୀ ଅଧ୍ୟକ୍ଷ, ଗଠନ ହୋଇନି କାଉନ୍‌ସିଲ୍: କେମିତି ଖର୍ଚ୍ଚ ହେବ ୫୦୦ କୋଟି ? 

ଏଥର ବଜେଟ୍‌ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ଅର୍ଥ ବ୍ୟୟବରାଦ ପରେ ବଢିଛି ଚର୍ଚ୍ଚା । କାରଣ, ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ହୋଇନାହାନ୍ତି କି ଜନ ପ୍ରତିନିଧିଙ୍କୁ ନେଇ କାଉନସିଲ୍ ଗଠନ ହୋଇନି । ଦୁଇ ଜଣ ବାବୁ ହିଁ ଚଳାଉଛନ୍ତି ବିକାଶ ପରିଷଦ । ବଡ଼ କଥା ହେଉଛି ଦୁଇ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସ୍ଥାୟୀ ଅଧ୍ୟକ୍ଷ ଓ କାଉନସିଲ୍ ଗଠନ ହୋଇନଥିବାରୁ ବଡ଼ ପ୍ରକଳ୍ପ ପାଇଁ ଟଙ୍କା ମଞ୍ଜୁର ହୋଇପାରୁନାହିଁ । ଏବେ ବଜେଟ୍‌ରେ ପୁଣି ୫୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ସରକାର । ହେଲେ କିଏ ଟଙ୍କା ଖର୍ଚ୍ଚ କରିବ ତାକୁ ନେଇ ଉଠିଛି ପ୍ରଶ୍ନ । ସରକାର ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି ।


୧୯୯୮ ମସିହାରେ ଗଠନ ହୋଇଥିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । କିନ୍ତୁ ଯେଉଁ ଉଦ୍ଦେଶ୍ୟ ରଖି ଏହି ପରିଷଦ ଗଠନ କରାଯାଇଥିଲା, ୨୮ ବର୍ଷ ପରେ ମଧ୍ୟ ତାହା ସଫଳ ହୋଇନାହିଁ । ଏହି ଅଞ୍ଚଳରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ଯାଉଛନ୍ତି । ଧାନ ଅଭାବୀ ବିକ୍ରି ଓ କୃଷକଙ୍କ ସମସ୍ୟା ଲାଗି ରହିଛି । ମାନବ ସମ୍ବଳର ବିକାଶ, ଅର୍ଥନୈତିକ ଗୋଷ୍ଠୀର ବିକାଶ, ଭିତ୍ତିଭୂମିର ବିକାଶ, ବୌଦ୍ଧିକ ବିକାଶ ସହ ଶିକ୍ଷା, ସ୍ବାସ୍ଥ୍ୟ ଆଦିର ବିକାଶ ମଧ୍ୟ ହୋଇପାରିନାହିଁ । ଗତ ୨ ଆର୍ଥିକ ବର୍ଷରେ ୧୦୨୦ କୋଟି ଟଙ୍କାର ବଜେଟ ଅନୁଦାନ ପାଇଥିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ଏବେ ପୁଣି ୫୦୦ କୋଟିର ବ୍ୟୟବରାଦ କରାଯାଇଛି ।