କନକ ବ୍ୟୁରୋ : ପିଡିଏସ୍ ଚାଉଳରେ ଚଳୁଛି ଗରିବ ବଣ୍ତା ପରିବାର । ହେଲେ ଏବେ ରାଜ୍ୟ ସରକାରଙ୍କ ରାସନ କାର୍ଡରେ ଆଧାର ସଂଯୋଗୀକରଣ ନିଷ୍ପତି ବଣ୍ଡାଙ୍କୁ ଦୋଛକିରେ ଛିଡ଼ା କରିଛି । କାରଣ ଏଯାଏଁ ବଣ୍ଡାଘାଟିର ଅନେକ ପରିବାର ଇ-କେୱାଇସି କରିନାହାଁନ୍ତି । ଫଳରେ ବଣ୍ତାଙ୍କୁ ଚାଉଳ ନମିଳିବା ନେଇ ଉଠିଛି ଆଶଙ୍କା ।  

Advertisment

ଘାଟି ମଣିଷକୁ ଇ-କେୱାଇସି ଚିନ୍ତା,ବନ୍ଦ ହୋଇଯିବ କି ରାସନ ଚାଉଳ! ଚିନ୍ତା ବଢାଇଛି ରାସନ କାର୍ଡରେ ଆଧାର ସଂଯୋଗୀକରଣ । ମାର୍ଚ୍ଚ ୩୧ ସୁଦ୍ଧା ରାସନ କାର୍ଡରେ ଇ-କେୱାଇସି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କିନ୍ତୁ ମାଲକାନଗିରି ଖଇରପୁଟ ବ୍ଲକ ବଣ୍ଡାଘାଟିର ୫୦ ପ୍ରତିଶତ ପରିବାର ଇ-କେୱାଇସି କରିନାହାଁନ୍ତି । କାରଣ କେତେବେଳେ ନେଟୱାର୍କ ତ ପୁଣି କେତେବେଳେ ଅନ୍ୟ କିଛି ସମସ୍ୟା ରହୁଛି । ଏପିରିକି ଅନେକଙ୍କ ପାଖରେ ମୋବାଇଲ ନାହିଁ । ଫଳରେ ପିଡିଏସ୍‌ ଚାଉଳ ନମିଳିବା ଆଶଙ୍କା ବଣ୍ଡା ପରିବାରଙ୍କୁ ଡରାଉଛି । 

ଚଳିତ ବର୍ଷ ବଣ୍ତାଘାଟିର ୨ଟି ପଞ୍ଚାୟତ ମୁଦୁଲିପଡା ଓ ଅଣ୍ତାହଲର ୪ ହଜାର ୫୫ ଜଣ ରାସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେଥିମଧ୍ୟରୁ ମାତ୍ର ୨୩୯୪ ଜଣ ଇ-କେୱାଇସି କରିଛନ୍ତି । ଯଦି ଇ- କେୱାଇସି ନହୁଏ ତେବେ ରାସନ ବନ୍ଦ ହେବାର ସମ୍ଭାବନା ରହିଛି। ପୂର୍ବରୁ ସୁଭଦ୍ରା ଟଙ୍କା ଆଉ ଏବେ ରାସନ କାର୍ଡରେ ଇ-କେୱାଇସି ବଣ୍ତାଘାଟି ବାସିନ୍ଦାଙ୍କୁ ଚିନ୍ତାରେ ପକାଇଛି ।