ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି ୫୦ଲକ୍ଷ ମହିଳା ; ୧୭ରେ ମିଳିବ ପ୍ରଥମ କିସ୍ତି ଟଙ୍କା

ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି ୫୦ଲକ୍ଷ ମହିଳା ; ୧୫ତାରିଖ ଯାଏଁ ଆବେଦନ କରିଥିବା ମହିଳାକୁ ୧୭ରେ ମିଳିବ  ପ୍ରଥମ କିସ୍ତି । କାଲିଠୁ ଆରମ୍ଭ ହେବ ଶୁଭଦ୍ରା ସ୍ୱାଗତ ପଦଯାତ୍ରା  । ସେପଟେ ବିଭିନ୍ନ ସ୍ଥାନରେ ପଞ୍ଜୀକରଣ ପାଇଁ ଲମ୍ବାଲାଇନ । 

subhadra __________

କନକ ବ୍ୟୁରୋ: ସୁଭଦ୍ରା ଯୋଜନାରେ ଏବେ ଯାଏଁ ୫୦ ଲକ୍ଷ ମହିଳା ଆବେଦନ କରିସାରିଲେଣି । ୧୫ ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ, ସେମାନଙ୍କୁ ୧୭ ତାରିଖରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । 

ଆସନ୍ତାକାଲି ସୁଭଦ୍ରା ସ୍ୱାଗତ ପଦଯାତ୍ରାର ଦିନ। ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ପ୍ରତି ରାଜସ୍ୱ ଗାଁରେ ହେବ ସୁଭଦ୍ରା ପଦଯାତ୍ରା । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗାଁ ଗାଁରେ ସାମିଲ୍ ହେବେ। ଭୁବନେଶ୍ୱରରେ ଗିରିଦୁର୍ଗା ମନ୍ଦିରଠାରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ହେବ। 

ସୁଭଦ୍ରା ଯୋଜନା ପାଇଁ ମହିଳାଙ୍କ ଭିଡ଼। ପଞ୍ଜୀକରଣ କରିବା ପାଇଁ ବାଲେଶ୍ୱରରେ ମହିଳାଙ୍କ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ପରି ମାଲକାନଗିରିରେ ମଧ୍ୟ  ସୁଭଦ୍ରା ଆବେଦନକାରୀଙ୍କ ଭିଡ଼ ଦେଖିବାକୁ ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe