କନକ ବ୍ୟୁରୋ : ଗାଁରେ ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ବିବାଦ ଫଳରେ ଦୀର୍ଘ୨୫ ବର୍ଷ ହେଲା ଗାଁ ଛାଡି ବାହାରେ ରହୁଛନ୍ତି ୫୦ ଅସବର୍ଣ୍ଣ ପରିବାର । ଦିର୍ଘ ବର୍ଷ ହେଲେ ଗାଁରୁ ବିତାଡିତ ଅସବର୍ଣ୍ଣ ପରିବାକୁ ଭିଟାମାଟିକୁ ଫେରାଇ ଆଣିବା ପାଇଁ ପ୍ରସାଶନର ଉଦ୍ୟମ
ସରିଲା ବନବାସ,ଏବେ ନିଜ ଭିଟାମାଟିକୁ ବାହୁଡିଆସିଛନ୍ତି । ମାଟିରେ ମିଶିଯାଇଥିବା ଘରକୁ ଚିହ୍ନଟ କରିବା ସହ ଗଛ ଲଟା ସଫା କରିବାରେ ଲାଗିଛନ୍ତି । ପୁଣି ପୁରୁଣା ସ୍ମୃତିକୁ ସାଉଁଟି ନିଜ ଅସଜଡା ଜୀବନକୁ ସଜାଡିବାକୁ ଆଗଭର ହୋଇଛନ୍ତି ୫୦ ପରିବାର । ସବର୍ଣ୍ଣ ଅସବର୍ଣ୍ଣ ବିବାଦ ଯୋଗୁ ପ୍ରାୟ ୫୦ ପରିବାର ଘରଦ୍ବାର ଭିଟାମାଟିରୁ ବିତାଡିତ ହୋଇ ବାହାରେ ବୁଲୁଥିଲେ । ସେମାନଙ୍କୁ ନିଜ ଭିଟା ମାଟିକୁ ପୁଣି ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ବାରମ୍ବାର ଉଦ୍ୟମ କରି ଅସୁଥିଲା । ଆଜି ସେଥିରେ ସଫଳ ହୋଇଛି । ସେମାନଙ୍କ ଜାଗା ଚିହ୍ନଟ କରାଯାଉଛି । ଖୁବଶୀଘ୍ର ସମସ୍ତଙ୍କୁ ଆାବାସ ଯୋଜନାରେ ମଧ୍ୟ ସାମିଲ କରାଯାଇ ସମସ୍ତ ସୁବିଧା ଯୋଗାଯିବ । ସମସ୍ତେ ଲାଗିପଡିଛନ୍ତି ଘର ସଜାଡିବାରେ । ଜନ୍ମ ମାଟିକୁ ଫେରିଥିବାରୁ ସମସ୍ତଙ୍କ ମୁହଁରେ ହସ ଫୁଟି ଉଠିଛି ।
ବାଲିଛାୟି ଗାଁରେ ଜାତିଭେଦକୁ ନେଇ ସବର୍ଣ୍ଣ ଓ ଅସବର୍ଣ୍ଣ ବିବାଦ ହୋଇଥିଲା । ଶେଷରେ ସବର୍ଣ୍ଣ ପରିବାରର ଲୋକ ଗାଁରେ ଏକାଠି ହୋଇ ଅନ୍ୟ ପରିବାରଙ୍କୁ ଗାଁରୁ ବିତାଡ଼ିତ କରିଥିଲେ । ତାପରଠୁ କିଏ କେଉଁଠି ରହୁଥିଲା ତାର ଠିକଣା ନାହିଁ । ପ୍ରଶାସନର ବହୁ ପ୍ରୟାସ ଫେଲ ହେବା ପରେ ଏବେ କିନ୍ତୁ ସମସ୍ତେ ଫେରିଛନ୍ତି । ସମସ୍ତଙ୍କୁ ସବୁ ପ୍ରକାର ସୁବିଧା ପାଇଁ ମିଳିଛି ପ୍ରତିଶ୍ରୁତି । ଗାଁକୁ ସମସ୍ତେ ଫେରିଛନ୍ତି ପରିବାର ସହ । ଉଜୁଡର ଘର ବାଡି ସଜାଡିବାରେ ଲାଗିଛନ୍ତି । ହେଲେ ଏସବୁ ପରେ ଆଗକୁ ଯେଭିଳି ଏହି ଲୋକମାନଙ୍କ ସମସ୍ୟା ନଉପୁଜେ ସେଥିପ୍ରତି ଗରୁତ୍ବ ଦେବା ଜରୁରୀ ହୋଇପଡିଛି ।