କନକ ବ୍ୟୁରୋ : ବିପର୍ଯ୍ୟସ୍ତ ରାସ୍ତାର ଅବସ୍ଥା, ରାସ୍ତାସାରା ଖାଲଖମାରେ ଭର୍ତ୍ତି । ୫ ବର୍ଷ ହୋଇନି ଉଠିଗଲାଣି ପିଚୁ । କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହେଲା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ପିଟିଣିପଲ୍ଲୀ ଗ୍ରାମକୁ ଏହି ରାସ୍ତା ତିଆରି ହୋଇଛି । ହେଲେ ୫ବର୍ଷ ପୁରିନଥିବା ବେଳେ ରାସ୍ତାରୁ ପିଚୁ ଉଠିଗଲାଣି । ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହୋଇଥିବା ବେଳେ ପାଲଟିଛି ମରଣଯନ୍ତା । ନିମ୍ନାମାନରର କାମ ଯୋଗୁ ରାସ୍ତା ଖୋଳି ହୋଇପଡିଛି ।
ପିଟିଣାପଲ୍ଲୀରୁ ମଥୁରାକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଦୁର୍ଘଟଣା ଯେମିତି ସାଧାରଣ ପାଲଟିଛି । ରାସ୍ତା ଖରାପ ପାଇଁ ଗାଁକୁ ବଡ଼ ଗାଡ଼ି ଯିବା ଆସିବା କରିପାରୁନାହିଁ । ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ମଧ୍ୟ ଯିବା ଅସୁବିଧା କରିପାରୁନାହିଁ । ସାଧାରଣ ଲୋକଙ୍କଠାରୁ ନେଇ ସ୍କୁଲ କଲେଜ ପିଲାମାନେ ମଧ୍ୟ ଅନେକ ସମସ୍ୟା ଭୋଗୁଛନ୍ତି ଏହି ରାସ୍ତା ପାଇଁ ।
ରାସ୍ତା ମରାମତି ପାଇଁ ଜିଲ୍ଲା ପ୍ରଶାସନ ପାଖେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଛନ୍ତି । ହେଲେ ଏଥିପ୍ରତି ଯେମିତି କାହାର ନଜର ନାହିଁ । ପ୍ରତିଦିନ ଏହି ଖାଲଖମା ରାସ୍ତା ଦେଇ ଗାଁର ଲୋକମାନେ ଯିବା ଆସିବା କରୁଛନ୍ତି । ପ୍ରଶାସନ ପକ୍ଷରୁ କୌଣସି ସମାଧାନ ନହୋବରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି ।
ଦୀର୍ଘ ବର୍ଷ ପରେ ପିଟିଣାପଲ୍ଲୀ ଗ୍ରାମକୁ ରାସ୍ତା ନିର୍ମାଣ ହୋଇଥିଲା । ରକ୍ଷଣାବେକ୍ଷଣା ଅଭାବରୁ ରାସ୍ତାର ଏପରି ଅବସ୍ଥା ହୋଇଛି । ବର୍ତ୍ତମାନ ପୁନଃ ରାସ୍ତା ନିର୍ମାଣ ପାଇ ଦାବି କରିଛନ୍ତି ଗ୍ରାମବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/10/26/en5TkzqTNC2PhCVIs4P8.jpg)