ଅନୁଗୁଳରେ ଲଜ୍ଜା ; ୫ ବର୍ଷର କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଅନୁଗୁଳରେ ଲଜ୍ଜା । ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଲୋମଟାଙ୍କୁରା ଘଟଣା । ଗୁରୁବାରଠୁ ନିଖୋଜ ଥିବା ଥାନାରେ ଅଭିଯୋଗ କରିଥିଲେ ପରିବାର ।

Anugul

Anugul Photograph: (KanakNews)

କନକ ବ୍ୟୁରୋ: ଅନୁଗୁଳରେ ଲଜ୍ଜା । ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏହି ଲୋମଟାଙ୍କୁରା ଘଟଣା ଘଟିଛି । ଗୁରୁବାର ମଧ୍ୟାହ୍ନରୁ ଶିଶୁଟି ନିଖୋଜ ଥିଲା । ଏ ସମ୍ପର୍କରେ ଶୁକ୍ରବାର ଦିନ  ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଆଜି ଶିଶୁକନ୍ୟାର ମୃତଦେହ ଗୋଟିଏ ମହୁଲ ଗଛ ମୂଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଥିଲା । ତେଣୁ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି । କଟକରୁ ଏକ ଶିଶୁ ବିଶେଷଜ୍ଞ ଟିମ୍ ଆସି ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe