କନକ ବ୍ୟୁରୋ :  ଅଣ୍ଡାଳି ଅଣ୍ଡାଳି ଚାଲୁଛି, ଠଉରେଇ ଠଉରେଇ ଆଗକୁ ବଢୁଛି। ଖନେଇ ଖନେଇ କଥା କହୁଛି କୁନିପୁଅ। ଦୁନିଆ କ'ଣ ଜାଣିବା ଆଗରୁ ଅନ୍ଧାର ହୋଇଯାଇଛି ତା'ଦୁନିଆ। ସତେ ଯେମିତି କଅଁଳ ଶିଶୁଟି ପାଇଁ ନିଷ୍ଠୁର ହୋଇଯାଇଛି ବିଧାତା। ଖେଳୁ ଖେଳୁ ଆଖିରେ ବାଜିଗଲା ପେନସିଲ୍। ସେଇ ଦୁର୍ଘଟଣା ପରେ ହଜିଗାଲ ଡାହଣ ଆଖିର ଜ୍ୟୋତି। ଆଉ ଗୋଟିଏ ଆଖିରେ ଦୁନିଆ ଦେଖୁଥିଲା ୫ ବର୍ଷର ପୁଅ ଶୁଭଙ୍କର। ସମୟକ୍ରମେ ସେତକ ବି ରହିଲା ନାହିଁ। ଏରୁଣ୍ଡି  ବନ୍ଧରେ ପିଟି ହେବାରୁ ବାମ ଆଖିଟି ମଧ୍ୟ ନଷ୍ଟ ହୋଇଯାଇଛି। ସାରା ସଂସାର ଅନ୍ଧାର ହୋଇଯାଇଛି।

Advertisment

ଗଞ୍ଜାମ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ୫ନଂ ୱାର୍ଡ ନୂଆସାହିର କୃଷ୍ଣଚନ୍ଦ୍ର ବେହେରାଙ୍କ ଏକମାତ୍ର ପୁଅ ଶୁଭଙ୍କର । ଦେଢ଼ ବର୍ଷରେ ଡାହଣ ଆଖି ଓ ୨ବର୍ଷ ବୟୟରେ ଶୁଭଙ୍କର ବାମ ଆଖିଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବାପା ମାଆ ଦୁହେଁ, ସବୁ ବିକାଭଙ୍ଗା କରି ପୁଅର ଚିକିତ୍ସା ପାଇଁ ମେଡ଼ିକାଲକୁ ନେଇଛନ୍ତି। ତଥାପି ଆଖି ଭଲ ହେଲାନାହିଁ। ଏବେ ଆଉ ପାଖରେ କାଣି କଉଡ଼ିଟିଏ ନାହିଁ। ତେଣୁ ପୁଅକୁ ଘରେ ରଖି ଭାଗ୍ୟକୁ ଆଦରି ନେଇଛନ୍ତି। ସହାୟତା ପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ଅନୁରୋଧ କରିଛନ୍ତି । 

ବାପା ଅନ୍ୟ ରାଜ୍ୟରେ ରହି ଦାଦନ ଶ୍ରମିକ ଭାବେ କାର୍ୟ୍ୟ କରନ୍ତି। ସେଥିରେ ପରିବାର ଚଳିବା କଷ୍ଟ। ରାଶନ କାର୍ଡ ନଥିବାରୁ ସ୍ବାସ୍ଥ୍ର କାର୍ଡ ବି ହୋଇପାରୁନି। ଅର୍ଥାଭାବରୁ ଅଧାରେ ଅଟକିଛି ଶୁଭଙ୍କରର ଚିକିତ୍ସା। ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଉଛି ତା' ଭବିଷ୍ୟତ।