କୁଆଡ଼େ ଗଲା ୧୨ଶହ କେଜି ବିସ୍ଫୋରକ? ଲୁଟ୍‌ ୫ ଟନରୁ ମିଳିଛି ୩.୮ ଟନ୍‌ ବିସ୍ଫୋରକ

Advertisment

ଗତକାଲି ହାଇଦ୍ରାବାଦରୁ ଆସିଥିଲା ୧୫ ହଜାର କେଜି ବାରୁଦ ସହ ବାରୁଦରେ ବ୍ୟବହାର ହେଉଥିବା ୩ ଲକ୍ଷ ମିଟର ତାର । ତେବେ ୧୬୦ଟି ପ୍ୟାକେଟ୍‌ରେ ୪ ହଜାର କେଜି ବାରୁଦ ଆସିଛି ନିକିତା ଏଣ୍ଟରପ୍ରାଇଜେସର ନିକିତା ଅଗ୍ରୱାଲଙ୍କ ନାଁରେ । ତେଣୁ ପ୍ରଶ୍ନ ଉଠୁଛି, ଏହି ନିକିତା ଅଗ୍ରୱାଲ କିଏ?

ଗତକାଲି ହାଇଦ୍ରାବାଦରୁ ଆସିଥିଲା ୧୫ ହଜାର କେଜି ବାରୁଦ ସହ ବାରୁଦରେ ବ୍ୟବହାର ହେଉଥିବା ୩ ଲକ୍ଷ ମିଟର ତାର । ତେବେ ୧୬୦ଟି ପ୍ୟାକେଟ୍‌ରେ ୪ ହଜାର କେଜି ବାରୁଦ ଆସିଛି ନିକିତା ଏଣ୍ଟରପ୍ରାଇଜେସର ନିକିତା ଅଗ୍ରୱାଲଙ୍କ ନାଁରେ । ତେଣୁ ପ୍ରଶ୍ନ ଉଠୁଛି, ଏହି ନିକିତା ଅଗ୍ରୱାଲ କିଏ?

ଡିଜି ଧରିଲେ ‘ବାରୁଦ’ ଖିଅ

ଡିଜି ଧରିଲେ ‘ବାରୁଦ’ ଖିଅ Photograph: (KanakNews )

କନକ ବ୍ୟୁରୋ: ମେ’ ୨୭ ତାରିଖରେ ସରଣ୍ଡା ଜଙ୍ଗଲରୁ ମାଓବାଦୀ ବିସ୍ଫୋରକ ଲୁଟି ନେବା ପରେ, ଜାରି ରହିଛି ଓଡ଼ିଶା ଓ ଝାଡ଼ଖଣ୍ଡ ପୁଲିସ ସହ ସିଆରପିଏଫର କମ୍ବିଂ ଅପରେସନ୍ । ଆଜି ପୁଲିସ ଡିଜି ୱାଇ ବି ଖୁରାନିଆ ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ଯେ, ଏଯାଏ ଲୁଟ୍‌ ୫ ଟନ୍ ବିସ୍ଫୋରକରୁ ୩.୮ ଟନ୍‌ ଜବତ ହୋଇଛି ।

ରାଉରକେଲାରେ ପେଟ୍ରୋଲ୍‌ ପମ୍ପରୁ ଯେଉଁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିଥିଲା, ତାହା ବାଙ୍କୋ ଖଣିରୁ ଯାଇଥିଲା ବୋଲି ସୂଚନା ଦେଇଛନ୍ତି ପୁଲିସ ଡିଜି । ଉଭୟ ଗାଡ଼ି ଡ୍ରାଇଭର ଓ ଖଣି ମାଲିକଙ୍କୁ ଗିରଫ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ମାଗାଜିନ୍‌ରେ ଚଢ଼ଉ ଚାଲିଛି । ରେକର୍ଡରେ ଥିବା ବିସ୍ଫୋରକ ଗୋଦାମରେ ମହଜୁଦ ଅଛି ନା ନାହିଁ, ଯାଞ୍ଚ ହେଉଛି । ତେବେ ବିସ୍ଫୋରକ ନେବାବେଳେ ଏସଓପି ପାଳନ ହୋଇନଥିବା କହିଛନ୍ତି ପୁଲିସ ଡିଜି । 

ଗତକାଲି ହାଇଦ୍ରାବାଦରୁ ଆସିଥିଲା ୧୫ ହଜାର କେଜି ବାରୁଦ ସହ ବାରୁଦରେ ବ୍ୟବହାର ହେଉଥିବା ୩ ଲକ୍ଷ ମିଟର ତାର । ତେବେ ୧୬୦ଟି ପ୍ୟାକେଟ୍‌ରେ ୪ ହଜାର କେଜି ବାରୁଦ ଆସିଛି ନିକିତା ଏଣ୍ଟରପ୍ରାଇଜେସର ନିକିତା ଅଗ୍ରୱାଲଙ୍କ ନାଁରେ । ତେଣୁ ପ୍ରଶ୍ନ ଉଠୁଛି, ଏହି ନିକିତା ଅଗ୍ରୱାଲ କିଏ? ବିସ୍ଫୋରକ ମାମଲାରେ ଗିରଫ ଶ୍ରବଣ ଅଗ୍ରୱାଲଙ୍କ ସଂପର୍କୀୟ କି? ଯଦି ତାଙ୍କ ନାଁରେ ଅଧା ବିସ୍ଫୋରକ ଆସିଛି, ତାହା ହେଲେ ନିକିତାଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ? ଯାହା ପୂରା ମାମଲାରେ ଏକ ନୂଆ ଟୁଇଷ୍ଟ ଆଣିଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଇତମାରୁ ମାଓବାଦୀଙ୍କ ଦ୍ୱାରା ବିସ୍ଫୋରକ ଲୁଟ୍‌ ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି । ରାଜ୍ୟ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ପୂରା ଘଟଣା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe