ଆତଙ୍କୀଙ୍କୁ ନିପାତ କରିବାକୁ ସେନାର ପ୍ରତିଜ୍ଞା ; ସପ୍ତାହକରେ ୫ ଆତଙ୍କୀଙ୍କୁ ମୃତ୍ୟୁ

ଆତଙ୍କବାଦ ଉପରେ ସେନାର ପ୍ରହାର ଜାରି । ଜମ୍ମୁ- କାଶ୍ମୀରରେ ଅପରେସନ୍‌ ଜୋରଦାର । ସପ୍ତାହେ ମଧ୍ୟରେ ‘ଅପରେସନ୍‌ ଅଖାଲ’ରେ ୫ ଆତଙ୍କବାଦୀ ନିପାତ । ସେନା, ସିଆରପିଏଫ୍‌,  ଜମ୍ମୁ- କାଶ୍ମୀର ପୁଲିସର ସର୍ଚ୍ଚ ଅପରେସନ୍‌ ଜାରି ।

56

କନକ ବ୍ୟୁରୋ: ଆତଙ୍କବାଦ ଉପରେ ସେନାର ପ୍ରହାର ଜାରି । ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ- କାଶ୍ମୀରରେ ଆତଙ୍କୀ ବିରୋଧୀ ଅପରେସନ୍‌ ଜୋରଦାର ହୋଇଛି । ଗତ ଗୋଟିଏ ସପ୍ତାହ ମଧ୍ୟରେ ସୁରକ୍ଷା ବାହିନୀର  ‘ଅପରେସନ୍‌ ମହାଦେବ’  ଏବଂ ‘ଅପରେସନ୍‌ ଶିବଶକ୍ତି’ ରେ ୫ ଆତଙ୍କବାଦୀ ନିପାତ ହେବାପରେ ଶୁକ୍ରବାର ଅପରେସନ୍‌ ଅଖଲ୍‌ ଆରମ୍ଭ ହୋଇଥିଲା । ଅପରେସନ୍‌ ଅଖଲ୍‌ରେ ମଧ୍ୟ ୩ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ।  ଜମ୍ମୁ- କାଶ୍ମୀର କୁଲଗାମ ଜିଲ୍ଲାର ଅଖଲ୍‌ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । 

ଅଖଲ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ସୂଚନା ପାଇବା ପରେ ସେନା, ସିଆରପିଏଫ୍‌,  ଜମ୍ମୁ- କାଶ୍ମୀର ପୁଲିସ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ ।  ଅପରେସନ୍‌ ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର କରାଯାଇଥିଲା  । ସୁରକ୍ଷା ଅଧିକାରୀ କହିଛନ୍ତି, ଆତଙ୍କବାଦୀମାନେ ଶ୍ରୀନଗର ନିକଟସ୍ଥ ଦାଚିଗାମ୍‌ ଜାତୀୟ ଉଦ୍ୟାନରେ ଲୁଚିଥିଲେ ବୋଲି ବିଶ୍ବାସ କରାଯାଉଛି  ।  ଅପରେସନ୍‌ ମହାଦେବ ଏବଂ ଶିବଶକ୍ତିର କିଛି ଦିନ ପରେ ଏହି ଏନ୍‌କାଉଣ୍ଟର ହୋଇଛି ।  ଅପରେସନ୍‌ ମହାଦେବରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ସୁଲେମାନ ଶାହ ଓରଫ ମୁସା ସମେତ ୩ ଆତଙ୍କବାଦୀ ନିପାତ ହୋଇଥିଲେ । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe