ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତାରେ ଦକ୍ଷିଣ ଭାରତର ୫ ରାଜ୍ୟ । ଜନସଂଖ୍ୟା ବଢାଇବାକୁ ନୂଆ ନିୟମ ଆଣିବାକୁ ଯାଉଛନ୍ତି ଆନ୍ଧ୍ରପ୍ରଦେଶ ସରକାର ।

Advertisment

ଆନ୍ଧ୍ରରେ କମୁଛି ଜନସଂଖ୍ୟା, ବଢ଼ୁଛି ବୟସଙ୍କ ସଂଖ୍ୟା । ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏହା ଭିତରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବ ନାଇଡୁ ଜନସଂଖ୍ୟା ବୃଦ୍ଧି ଉପରେ ଜୋର୍‌ ଦେଇଛନ୍ତି

ଆନ୍ଧ୍ରରେ କମୁଛି ଜନସଂଖ୍ୟା, ବଢ଼ୁଛି ବୟସଙ୍କ ସଂଖ୍ୟା । ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏହା ଭିତରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବ ନାଇଡୁ ଜନସଂଖ୍ୟା ବୃଦ୍ଧି ଉପରେ ଜୋର୍‌ ଦେଇଛନ୍ତି

ap

କନକ ବ୍ୟୁରୋ: ଆନ୍ଧ୍ରରେ କମୁଛି ଜନସଂଖ୍ୟା, ବଢ଼ୁଛି ବୟସଙ୍କ ସଂଖ୍ୟା । ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏହା ଭିତରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବ ନାଇଡୁ ଜନସଂଖ୍ୟା ବୃଦ୍ଧି ଉପରେ ଜୋର୍‌ ଦେଇଛନ୍ତି। ସମଗ୍ର ଦେଶରେ ମୁଖ୍ୟତଃ ଦକ୍ଷିଣ ଭାରତରେ ବୟସ୍କଙ୍କ ସଂଖ୍ୟା ବଢ଼ୁଥିବା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଚନ୍ଦ୍ରବାବୁ ନାଇଡ଼ୁ। ଏପରି ସମୟରେ ଦେଶରେ ଯୁବବର୍ଗଙ୍କ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ରହିଛି। ତେଣୁ ବଡ଼ ପରିବାର କରିବା ଆବଶ୍ୟକ ଥିବା ନେଇ ସେ ଗୁରୁତ୍ବାରୋପ  କରିଛନ୍ତି । ଦୁଇରୁ ଅଧିକ ଛୁଆ ଜନ୍ମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ସେ ଏକ ଲୋଭନୀୟ ଅଫର ମଧ୍ୟ ଦେଇଛନ୍ତି। ଯାହାର ଅଧିକ ଛୁଆ ଥିବା ସେମାନେ ସ୍ଥାନୀୟ ନିର୍ବାଚନ ଲଢ଼ି ପାରିବେ ବୋଲି ଅଫର୍‌ ଦେଇଛନ୍ତି। 

ସୂଚନା ଅନୁସାରେ ଦକ୍ଷିଣ ଭାରତର ସମସ୍ତ ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ,କର୍ଣ୍ଣାଟକ, କେରଳ, ତାମିଲନାଡୁ ଓ ତେଲେଙ୍ଗାନାରେ ଜନ୍ମ ହାର ହ୍ରାସ ପାଉଛି । ଏହା ଭିତରେ ଆନ୍ଧ୍ର ସରକାର ଆଗକୁ ନୂଆ ନିୟମ ଆଣି ରାଜ୍ୟରେ ଜନସଂଖ୍ୟା ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି ।

  • ଦକ୍ଷିଣ ଭାରତର ୫ରାଜ୍ୟରେ ଜନ୍ମ ହାର ହ୍ରାସ
  • ଦେଶରେ ଜନ୍ମ ହାର ୨.୧%
  • ଦକ୍ଷିଣ ଭାରତର ୫ ରାଜ୍ୟରେ ୧.୬%
  • ଜନସଂଖ୍ୟା ହାର ତଳମୁହାଁ
  • ୨୦୪୭ ମସିହା ବେଳକୁ ଗମ୍ଭୀର ବୃଦ୍ଧାବସ୍ଥା ସମସ୍ୟା ଆଶଙ୍କା

ଗୋଟେ ପଟେ ଆନ୍ଧ୍ର ସରକାରଙ୍କ ଏଭଳି ବିଚାରକୁ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ଅନ୍ୟପଟେ ତାମିଲନାଡୁ ସରକାର ମଧ୍ୟ ସମାନ ବୟାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଜନସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଛନ୍ତି । ଦମ୍ପତି ମାନେ ୧୬-୧୬ଟି ସନ୍ତାନ ଜନ୍ମ କରିବା ଉଚିତ ବୋଲି ନିଜ ମତ ରଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ।  ଷ୍ଟାଲିନ କହିଛନ୍ତି ପୂର୍ବରୁ ବୟସ୍କମାନେ ନବ ଦମ୍ପତିଙ୍କୁ ୧୬ ପ୍ରକାରର ସମ୍ପତ୍ତି ପ୍ରାପ୍ତ କରିବାକୁ ଆଶୀର୍ବାଦ ଦେଉଥିଲେ। କିନ୍ତୁ ଏବେ ୧୬ ପ୍ରକାରର ସମ୍ପତ୍ତି ବଦଳରେ ୧୬ଟି ସନ୍ତାନ ଜନ୍ମ କରିବାକୁ ସମୟ ଆସିଯାଇଛି।

ବଢ଼ୁଥିବା ଜନସଂଖ୍ୟାକୁ ନେଇ ଚିନ୍ତାରେ  ଦେଶ । କେମିତି ଏହାକୁ ନିୟନ୍ତ୍ରଣ କରଯାଇପାରିବ? ଏନେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି ବିଶ୍ବର ସବୁଠୁ ଅଧିକ ଜନସଂଖ୍ୟକ ଦେଶ ଚୀନ ମଧ୍ୟ ଏହା ଉପରେ ଅଙ୍କୁଶ ଲଗାସାରିଛି । ଏହା ଭିତରେ ଆଶ୍ଚଯ୍ୟ କରିଛି ଆନ୍ଧ୍ରପ୍ରଦେଶ ସରକାରଙ୍କ ନୂଆ ବିଚାର ଓ ତାମିଲନାଡୁ ସରକାରଙ୍କ ଏଭଳି ବୟାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe