କନକ ବ୍ୟୁରୋ: ରାଜଧାନୀରେ ବେପରୁଆ ଗାଡ଼ି ଚଳାଇବା ପଡ଼ିଲା ମହଙ୍ଗା। ଘଟଣାରେ ୫ ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୁଲିସ। ରାଜଧାନୀରେ ମନଇଚ୍ଛା ଗାଡ଼ି ଚଲାଇ ମାରୁଥିଲେ ଷ୍ଟଣ୍ଟ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଛି ଯେ, କିପରି ଏକ କାରରେ କିଛି ଅମାନିଆ ମନଇଚ୍ଛା ଗାଡ଼ି ଚଳାଉଛନ୍ତି । ଫଳରେ ରାସ୍ତାରେ ଯାଉଥିବା ଲୋକଙ୍କୁ ନାହିଁ ନଥିବା ସମସ୍ୟା ହେଉଥିବା ଦେଖିବାକୁ ମିଳିଛି  । ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୋଡକୁ ଆସିଥିଲା ପୁଲିସ । ଲକ୍ଷ୍ମୀସାଗର ପୁଲିସ ଏହି ମାମଲାରେ ୫ଜଣଙ୍କ ଗିରଫ କରିଛି ।