ସେନା ଅଧିକାରୀ ଓ ପୋଲିସ୍ କଳିରେ ବଡ କାର୍ଯ୍ୟାନୁଷ୍ଠାନ । ଭରତପୁର ଥାନାର ୫ ଜଣ ସସପେଣ୍ଡ

Advertisment

ଭରତପୁର ଥାନାରେ ଆର୍ମି କ୍ୟାପ୍‌ଟେନ୍ ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଥାନାର ପୂର୍ବତନ ଆଇଆଇସିଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି।

ଭରତପୁର ଥାନାରେ ଆର୍ମି କ୍ୟାପ୍‌ଟେନ୍ ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଥାନାର ପୂର୍ବତନ ଆଇଆଇସିଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି।

bharatpur suspend

କନକ ବ୍ୟୁରୋ: ଭରତପୁର ଥାନାରେ ଆର୍ମି କ୍ୟାପ୍‌ଟେନ୍ ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଥାନାର ପୂର୍ବତନ ଆଇଆଇସିଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି। ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ସବ୍ ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା, ମହିଳା ଏଏସଆଇ ସଲୀଳମୟୀ ସାହୁ ଓ ସାଗରିକା ରଥଙ୍କୁ ନିଲମ୍ବନ କରାଯାଇଛି। ସେହିପରି କନଷ୍ଟେବଳ ବଳରାମ ହାଁସଦାଙ୍କୁ ମଧ୍ୟ ସସପେଣ୍ଡ କରିଛନ୍ତି ଡିଜିପି। କ୍ରାଇମବ୍ରାଞ୍ଚର ତଦନ୍ତ ପରେ ଡିଜିପି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତକାଲି ଦୀନକୃଷ୍ଣ ମିଶ୍ର, ଏଏସଆଇ ସଲୀଳମୟୀ ସାହୁ ଓ ବଳରାମ ହାଁସଦାଙ୍କୁ ବଦଳି କରାଯାଇଥିଲା। କମିଶନରେଟ୍ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଇନସ୍ପେକ୍ଟର ଦୀପକ ଖଣ୍ଡାୟତରାୟଙ୍କୁ ଭରତପୁର ଥାନା ଅଧିକାରୀ ଭାବେ ଦାୟିତ୍ବ ତୁଲାଇବେ। ଡିଜିପିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏକ ଟିମ ଭରତପୁର ଥାନାରେ ପହଞ୍ଚି ପୁଲିସ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe