ଗ୍ୟାସ ସିଲିଣ୍ଡର ଫାଟି ଛାତ ଉଡିଗଲା, ୫ ଓଡିଆ ଶ୍ରମିକ ଗୁରୁତର

ବେଙ୍ଗାଳୁରୁରେ ଗ୍ୟାସ ସିଲିଣ୍ଡର ଫାଟି ୫ ଓଡ଼ିଆ ଶ୍ରମିକ ଗୁରୁତର । ସାମ୍ନାକୁ ଆଲିଲା ବିସ୍ଫୋରଣ ବେଳର ଭିଡିଓ ।  ସିଲିଣ୍ଡର ଫାଟି ଉଡିଯାଉଛି ଆଜବେଷ୍ଟସ୍ ଛାତ । ଘର ଭିତରୁ ଜଳନ୍ତା ଅବସ୍ଥାରେ ବାହାରୁଛନ୍ତି ଆହତ। 

cylinder blast

cylinder blast Photograph: (kanakNews)

କନକ ବ୍ୟୁରୋ: ବେଙ୍ଗାଳୁରୁରେ ଗ୍ୟାସ୍ ଷ୍ଟୋଭ୍ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା ବିସ୍ଫୋରଣ ସମୟର ସିସିଟିଭି ଦୃଶ୍ୟ । ଏପରି ଦୃଶ୍ୟ ଯାହା ଆପଣଙ୍କ ଛାତି ଥରାଇଦେବ । ବିସ୍ଫୋରଣରେ ଉଡିଯାଉଛି ଘରର ଛାତ । ଆଉ ଜୀବନ ବିକଳରେ ଘରୁ ବାହାରି ଆସୁଛନ୍ତି ଲୋକ । କିଛି ଲୋକଙ୍କ ଶରୀର ପୋଡି ହୋଇଯାଇଛି । ଗ୍ୟାସ୍ ଷ୍ଟୋଭ୍ ବିସ୍ଫୋରଣରେ ଆହତ ହୋଇଥିବା ୫ ଜଣ ହେଉଛନ୍ତି ଓଡ଼ିଆ । 

ସୂଚନା ଅନୁସାରେ, ବ୍ରହ୍ମପୁର ନୂଆଗାଁ ଥାନା ଜେନାପୁର ଗାଁର ୫ ଜଣ ଯୁବକ ବେଙ୍ଗାଳୁରୁରେ କାମ କରିବାକୁ ଯାଇଥିଲେ । ସେଠାରେ ଗୋଟିଏ ସ୍ପେର ପାର୍ଟ କଂପାନୀରେ କାମ କରିଆସୁଥିଲେ । ଶ୍ରମିକମାନେ ନିଜର କାମ ଧନ୍ଦା ସାରି ରହୁଥିବା ଘରେ ରୋଷେଇ କରିବା ପାଇଁ ପ୍ରସ୍ତୁତ ହୋଇ ଗ୍ୟାସ ଷ୍ଟୋବ ନିକଟରେ ଅଗ୍ନି ସଂଯୋଗ କରିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଚାଁହୁ ଚାଁହୁ ନିଆଁ ସାରା ରୁମରେ ବ୍ୟାପି ଯାଇଥିଲା । ନିଆଁ ଭୟରେ ୫ ଜଣ ରୁମରୁ ବାହାରିବାକୁ ଚେଷ୍ଟା କରୁକରୁ ମଧ୍ୟ ଗୁରୁତର ଭାବେ ପୋଡି ଯାଇଥିଲେ । ଶ୍ରମିକ ମାନେ ହେଉଛନ୍ତି ସନ୍ତୋଷ ବେହେରା, ପବିତ୍ର ସେଠୀ, ରୁନା ସାହୁ, ବିପିନ ସେଠୀ, ସାରଥୀ ସେଠୀ । ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକତ୍ସା ପାଇଁ ମେଡିକାଲ ପଠାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe