କପି ରୋକିବାକୁ ୫ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା । ପ୍ରଶ୍ନପତ୍ର ଲିକ୍ କିମ୍ବା ଗୁଜବ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ।

Advertisment

ପରୀକ୍ଷା ପ୍ରସ୍ତୁତିକୁ ନେଇ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି। ବୈଠକ ପରେ ସିଏଚଏସଇ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ ଅସାଧୁ ଉପାୟ ଅବଲମ୍ବନ କରୁଥିବା ବିଶୃଂଖଳାକାରୀଙ୍କୁ କଡା ଚେତାବନୀ ଦେଇଛନ୍ତି।

ପରୀକ୍ଷା ପ୍ରସ୍ତୁତିକୁ ନେଇ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି। ବୈଠକ ପରେ ସିଏଚଏସଇ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ ଅସାଧୁ ଉପାୟ ଅବଲମ୍ବନ କରୁଥିବା ବିଶୃଂଖଳାକାରୀଙ୍କୁ କଡା ଚେତାବନୀ ଦେଇଛନ୍ତି।

7 PM ପରୀକ୍ଷା

କନକ ବ୍ୟୁରୋ: ପାଖେଇ ଆସୁଛି ଯୁକ୍ତ ଦୁଇ ପରୀକ୍ଷା ତାରିଖ। ତେବେ ଚଳିତ ବର୍ଷ ପରୀକ୍ଷାକୁ କେମିତି ଶାନ୍ତି ଶୃଙ୍ଖଳାର ସହ କରାଯିବ ତା ଉପରେ ଗୁରୁତ୍ବ ଦିଆଯାଉଛି। ପରୀକ୍ଷା ପ୍ରସ୍ତୁତିକୁ ନେଇ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି। ବୈଠକ ପରେ ସିଏଚଏସଇ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ ଅସାଧୁ ଉପାୟ ଅବଲମ୍ବନ କରୁଥିବା ବିଶୃଙ୍ଖଳାକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। 

କପି ରୋକିବାକୁ ୫ ସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା
ପ୍ରଶ୍ନପତ୍ର ଲିକ୍ କିମ୍ବା ଗୁଜବ କଲେ କଡ଼ା କାର୍ଯ୍ୟାନୁଷ୍ଠାନ 

ଆସନ୍ତା ୨୮ତାରିଖରୁ ମାର୍ଚ୍ଚ ୨୭ ଯାଏ ଚାଲିବ ପରୀକ୍ଷା । ଏଥର ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ମୋଟ ୧୨୭୬ କେନ୍ଦ୍ରରେ ପରୀକ୍ଷା ହେବ । କିନ୍ତୁ ପରୀକ୍ଷା ବେଳରେ ଯେମିତି କୌଣସି ବିଶୃଂଖଳା ନହୁଏ ସେଥିପାଇଁ ବଡ ପ୍ରସ୍ତୁତି କରିଛନ୍ତି ସରକାର । ବିଶେଷକରି କପି ରୋକିବା ପାଇଁ ରାଜ୍ୟର ୩୦ ଜିଲ୍ଲାରେ ୩୫ ସ୍ଥାନରେ ସେଣ୍ଟ୍ରାଲ ସ୍କ୍ବାଡ୍ ରହିବେ । ସୁରକ୍ଷା ପାଇଁ ୫ ସ୍ତରୀୟ ସ୍କ୍ବାଡ୍ ନିୟୋଜିତ ହେବେ । ପ୍ରଥମେ ସ୍କୁଲ ସ୍ତରରେ ସ୍କ୍ବାଡ୍ ମୁତୟନ ହେବେ । ତାପରେ ଜୋନସ୍ତର, ପରେ ଜିଲ୍ଲା ପ୍ରଶାସନ ସ୍କ୍ବାଡ ରହିବେ । ସୁରକ୍ଷାକୁ ଦୃଷ୍ଟିରେ ରଖି ସବୁ ସେଂଟରକୁ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି । କେବଳ ସେଣ୍ଟ୍ରାଲ ଅଫିସରେ ସବୁ ସିସିଟିଭି ପରିଚାଳନା ହେବ । ତେବେ ଯେଉଁମାନେ ବିଶୃଙ୍ଖଳା କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ। 
 
ପରୀକ୍ଷା ଦିନ ୧୦ରୁ ୧ ପର୍ୟ୍ୟନ୍ତ ଚାଲିବ । ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପାଇଁ ଆଉ ଏକ ଘଣ୍ଟା ଅଧିକ ମିଳିବ । ପରୀକ୍ଷାର ଦେଢ଼ ଘଣ୍ଟା ଆଗରୁ ଅର୍ଥାତ ୮ଟା ୩୦ରୁ ପରୀକ୍ଷା ସେଣ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର । ତେବେ ପରୀକ୍ଷା ସିଲବସରେ କୌଣସି ପରିବର୍ତ୍ତନ ହୋଇନଥିବା କହିଛନ୍ତି ପରୀକ୍ଷା ନିୟନ୍ତ୍ରକ । କିନ୍ତୁ ପରୀକ୍ଷା ପାଟର୍ଣ୍ଣରେ ଟିକେ ପରିବର୍ତ୍ତନ ହୋଇଛି । ଏଥର ୧୦ ମାର୍କ ବଦଳରେ ୫ ମାର୍କ ପରୀକ୍ଷା ପ୍ରଶ୍ନ ପଡ଼ିବ । ୪୫ ଦିନ ମଧ୍ୟରେ ବାହାରିବ ପରୀକ୍ଷାଫଳ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସବୁବର୍ଷ ପରୀକ୍ଷା ବେଳେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆସୁଥିବାରୁ ଚଳିତ ବର୍ଷ ଆଗକୁ ସତର୍କ ହୋଇଛି ଉଐଝଋ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe