ଦୁର୍ଘଟଣାରେ ଚାଲିଗଲା ୫ ଡାକ୍ତରଙ୍କ ଜୀବନ ; ଡିଭାଇଡରରେ ପିଟିହୋଇ ଟ୍ରକ୍ ସହ ପିଟିହେଲା କାର୍

Advertisment

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ଟ୍ରକ ତଳେ ଚାପି ହେଲା କାର । ଘଟଣାସ୍ଥଳରେ ୫ଜଣ ଡାକ୍ତରଙ୍କ ମୃତ୍ୟୁ ।

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ଟ୍ରକ ତଳେ ଚାପି ହେଲା କାର । ଘଟଣାସ୍ଥଳରେ ୫ଜଣ ଡାକ୍ତରଙ୍କ ମୃତ୍ୟୁ ।

25dooctors

କନକ ବ୍ୟୁରୋ: ପ୍ରଥମେ ଡିଭାଇଡର୍‌ରେ ପିଟି ହେଲା କାର୍ । ତା'ପରେ ରୋଡର ଅନ୍ୟ ପାର୍ଶ୍ୱକୁ ଯାଇ ଟ୍ରକ୍ ସହ ହେଲା ମୁହାଁମୁହିଁ ଧକ୍କା । ଏକା ସାଙ୍ଗେ ଚାଲିଗଲା ୫ ଡାକ୍ତରଙ୍କ ଜୀବନ । ସେହିପରି ଆଉ ଜଣେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏଭଳି କିଛି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସଓ୍ୱେରେ । 

ଉତ୍ତରପ୍ରଦେଶର କନୌଜ ଜିଲ୍ଲା। ଆଜି ଭୋରୁ ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସଓ୍ୱରେ ଏକ ସ୍କର୍ପିଓ କାର୍‌ ଦ୍ରୁତ ଗତିରେ ଆସି ଡିଭାଇଡରରେ ପିଟ ହୋଇ ରାସ୍ତା ଆର ପାର୍ଶ୍ୱକୁ ଚାଲିଯାଇଥିଲା । ଏହାପରେ ସାମ୍ନା ପଟୁ ଆସିଥିବା ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ ଜଣ ଡାକ୍ତରଙ୍କ ସମେତ କାର୍ ଡ୍ରାଇଭର ଅଛନ୍ତି । 

ମୃତ  ୫ ଡାକ୍ତର ସୈଫଇ ମେଡିକାଲ କଲେଜରେ ପୋଷ୍ଟିଂ ଥିଲେ । ଏମାନେ ନିଜର ଅନ୍ୟ ସାଙ୍ଗମାନଙ୍କ ସହ ଲକ୍ଷ୍ନୌରୁ ସୈଫଇକୁ ଫେରୁଥିଲେ । ତେବେ ଅଧ ରାସ୍ତାରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ କାରଟି ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସଓ୍ୱେକୁ ମାଡି ଯାଇଥିଲା ।୬ ଜଣ ମୃତକଙ୍କ ବ୍ୟତୀତ ଜୟବୀର ସିଂହ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସୈଫଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିବାରକୁ ପୁଲିସ ସୂଚନା ଦେଇଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe