ବକ୍ସ ଖଟରୁ ଭିତରୁ ବାହାରିଲା ୫ ମୃତଦେହ ; ମୃତକ ଭିତରେ ୩ ଶିଶୁ

ଉତ୍ତରପ୍ରଦେଶ ମିରଟରେ ଚାଞ୍ଚଲ୍ୟ । ବକ୍ସ ଖଟରୁ ଉଦ୍ଧାର ହେଲା ୫ଜଣଙ୍କ କ୍ଷତବିକ୍ଷତ ମୃତଦେହ । ଘଟଣାସ୍ଥଳରେ ୟୁପି ପୁଲିସର ଛାନଭିନ । ବୁଧବାରଠାରୁ ଏହି ପରିବାର ନିଖୋଜ ଥିବା ନେଇ ପଡ଼ୋଶୀ ଆଣିଥିଲେ ଅଭିଯୋଗ ।

2ମ

କନକ ବ୍ୟୁରୋ : ଉତ୍ତରପ୍ରଦେଶ ମିରଟରେ ଚାଞ୍ଚଲ୍ୟ, ବକ୍ସ ଖଟ ଭିତରୁ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର ହେଲା ୫ଜଣଙ୍କ ମୃତଦେହ । ମିରଟ ଲିସାଡି ଥାନା ଅନ୍ତର୍ଗତ ସୋହେଲ ଗାର୍ଡେନ ନିକଟରେ ଥିବା ଏକ ଘର ଭିତରୁ ଏସବୁ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତକ ମାନଙ୍କ ମଧ୍ୟରେ ୩ଜଣ ଶିଶୁ ରହିଥିବା ଦେଖିବାକୁ ମିଳିଛି । 

ଘର ଭିତରୁ ପଥର କାଟିବା ମେସିନ ମିଳିଥିବା ବେଳେ ମୃତଦେହ ଗୁଡ଼ିକରେ ଗଭୀର କ୍ଷତଚିହ୍ନ ଦେଖିବାକୁ ମିଳିଛି । ହତ୍ୟା ପରେ କେହି ମୃତଦେହ ଗୁଡ଼ିକୁ ଏପରି ଖଟ ଭିତରେ ଲୁଚାଇବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ବୁଧବାର ଠାରୁ ଏହି ପରିବାର ନିଖୋଜ ଥିବା ନେଇ ପଡୋଶୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଗୁରୁବାର ବିଳମ୍ବିତ ରାତିରେ ଘର ଭିତରେ ଥିବା ଏକ ଖଟରୁ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ଜବତ କରିବା ସହ ପଡୋଶୀଙ୍କୁ ଜେରା କରି ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe