କନକ ବ୍ୟୁରୋ : ଉତ୍ତରପ୍ରଦେଶ ମିରଟରେ ଚାଞ୍ଚଲ୍ୟ, ବକ୍ସ ଖଟ ଭିତରୁ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର ହେଲା ୫ଜଣଙ୍କ ମୃତଦେହ । ମିରଟ ଲିସାଡି ଥାନା ଅନ୍ତର୍ଗତ ସୋହେଲ ଗାର୍ଡେନ ନିକଟରେ ଥିବା ଏକ ଘର ଭିତରୁ ଏସବୁ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତକ ମାନଙ୍କ ମଧ୍ୟରେ ୩ଜଣ ଶିଶୁ ରହିଥିବା ଦେଖିବାକୁ ମିଳିଛି ।
ଘର ଭିତରୁ ପଥର କାଟିବା ମେସିନ ମିଳିଥିବା ବେଳେ ମୃତଦେହ ଗୁଡ଼ିକରେ ଗଭୀର କ୍ଷତଚିହ୍ନ ଦେଖିବାକୁ ମିଳିଛି । ହତ୍ୟା ପରେ କେହି ମୃତଦେହ ଗୁଡ଼ିକୁ ଏପରି ଖଟ ଭିତରେ ଲୁଚାଇବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ବୁଧବାର ଠାରୁ ଏହି ପରିବାର ନିଖୋଜ ଥିବା ନେଇ ପଡୋଶୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଗୁରୁବାର ବିଳମ୍ବିତ ରାତିରେ ଘର ଭିତରେ ଥିବା ଏକ ଖଟରୁ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ଜବତ କରିବା ସହ ପଡୋଶୀଙ୍କୁ ଜେରା କରି ତଦନ୍ତ ଆରମ୍ଭ କରିଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/10/qXPh8AKQsKfEfD6ymktW.jpg)