ଏୟାର ଶୋ’ ପାଇଁ ଗଲା ୫ ଜୀବନ, ୨୦୦ରୁ ଅଧିକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି; ପ୍ରବଳ ଗହଳି ଯୋଗୁଁ ଅଘଟଣ

ଚେନ୍ନାଇ ମେରିନା ବେଳାଭୂମିରେ ଭାରତୀୟ ବାୟୁସେନା ପକ୍ଷରୁ ଆଜି ଆୟୋଜିତ ଏୟାର ଶୋ’ରେ ପ୍ରବଳ ଗରମ ଓ ଶ୍ୱାସରୁଦ୍ଧ କାରଣରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୧୨ ଲକ୍ଷ ଲୋକଙ୍କ ସମାଗମ ଭିତରେ ୨ ଶହରୁ ଅଧିକ ଦର୍ଶକ ଅଚେତ ହୋଇଯାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୯୩ ଜଣଙ୍କ ଚିକିତ୍ସା ଜାରି ରହିଛି।

10show

କନକ ବ୍ୟୁରୋ: ଚେନ୍ନାଇ ମେରିନା ବେଳାଭୂମିରେ ଭାରତୀୟ ବାୟୁସେନା ପକ୍ଷରୁ ଆଜି ଆୟୋଜିତ ଏୟାର ଶୋ’ ରେ ପ୍ରବଳ ଗରମ ଓ ଶ୍ୱାସରୁଦ୍ଧ କାରଣରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୧୨ ଲକ୍ଷ ଲୋକଙ୍କ ସମାଗମ ଭିତରେ ୨ ଶହରୁ ଅଧିକ ଦର୍ଶକ ଅଚେତ ହୋଇଯାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୯୩ ଜଣଙ୍କ ଚିକିତ୍ସା ଜାରି ରହିଛି।

ଚେନ୍ନାଇରେ ଏୟାର ଶୋ’ ବେଳେ ବଡ଼ ଅଘଟଣ। ଅଣନିଶ୍ୱାସୀ ଓ ଅଂଶୁଘାତ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ରୁ ଅଧିକ ଲୋକ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରବିବାର ବାୟୁ ସେନାର ୯୨ତମ ବାର୍ଷିକ ଉତ୍ସବରେ ଏୟାର ସୋ’ର ଆୟୋଜନ କରାଯାଇଥିଲା। ସୋ’ ଦେଖିବା ପାଇଁ ସମୁଦ୍ର କୂଳରେ ପହଞ୍ଚିଥିଲେ ଲକ୍ଷାଧିକ ଲୋକେ। ତେବେ ସୋ’ ସରିବା ପରେ ଲୋକଙ୍କ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଫଳରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ତେବେ ସମୁଦ୍ର କୂଳ ନିକଟରେ ରହୁଥିବା ଲୋକେ ସହାୟତା ପାଇଁ ଆସିଥିଲେ ଏବଂ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେଇଥିଲେ।  
ସେପଟେ ମେଟ୍ରୋ ଷ୍ଟେସନ ନିକଟରେ ମଧ୍ୟ ପ୍ରବଳ ଭିଡ଼ ଜମିଯାଇଥିଲା। ଲୋକେ ନିଜ ନିଜ ଘରକୁ ଫେରିବା ପାଇଁ ଅନ୍ୟ ଷ୍ଟେସନ ଗୁଡ଼ିକରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ। ଅନ୍ୟପକ୍ଷରେ ଭିଡ଼ ଏତେ ମାତ୍ରାରେ ହୋଇଥିଲା ଯେ, ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା ସ୍ଥାନୀୟ ପ୍ରଶାସନ। ଦଳଚକଟା ସ୍ଥିତି ଉପୁଜିବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe