ଅଶୁଭ ରବିବାର ; ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ଗଲା ୫ ଜୀବନ

ସକାଳୁ ସକାଳୁ ଅଘଟଣ । ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ । ପାରାଦୀପ ଅଠରବାଙ୍କୀରେ ମାଛ ବ୍ୟବସାୟୀଙ୍କ ଉପରେ ଚଢ଼ିଗଲା ୧୪ ଚକିଆ ଗାଡି । ମୋହନା କେନ୍ଦୁଘାଟିରେ ଓଲଟିଲା ଗାଡ଼ି । ମାର୍ଶାଘାଇରେ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ୨ମୃତ । ବସ୍ତାରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ଜୀବନ ଗଲା ।

33sunday

କନକ ବ୍ୟୁରୋ: ଆଜି ରବିବାର ଯେପରି ଅଶୁଭ ପାଲଟିଯାଇଛି । ବିଭିନ୍ନ ସ୍ଥାନରେ ଦସୁର୍ଘଟଣା ନେଇଛି ଜୀବନ । ପାରାଦୀପ ଅଠରବାଙ୍କୀରେ ୧୪ ଚକିଆ ଗାଡି ଚଢିଗଲା ମାଛ ବ୍ୟବସାୟୀ ଉପରେ। ଘଟଣା ସ୍ଥଳରେ ବ୍ୟବସାୟୀ ମୃତ। 

ପାରାଦୀପ-ମାଛ ବ୍ୟବସାୟୀଙ୍କ ଉପରେ ଚଢ଼ିଗଲା ୧୪ ଚକିଆ ଟ୍ରକ, ଘଟଣାସ୍ଥଳରେ ମାଛ ବ୍ୟବସାୟୀ ମୃତ, ମୃତକ ଙ୍କ ଘର ନିକଟ ବାଲିଝରା ହୋଇଥିବା ବେଳେ ତାଙ୍କ ନାମ ମହେନ୍ଦ୍ର ଜେନା, ଯାହାକୁ ନେଇ ଅଠରବାଙ୍କୀରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ମୋହନା ଥାନା କେନ୍ଦୁଘାଟିରେ ଓଲଟିଲା ଟ୍ରାଭେଲାର ଗାଡ଼ି, ଜଣେ ମୃତ ୬ ଆହାତ । ଆହାତ ଙ୍କ ମଧ୍ୟରୁ ଦୁଇ ଗୁରୁତର ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ,  ଭୁବନେଶ୍ୱରରୁ କୋରାପୁଟ ଯିବା ସମୟରେ ଦୁର୍ଘଟଣା ଘଟିଛି ।

ମାର୍ଶାଘାଈ ଥାନା ୫୩ ନମ୍ବର ଜାତୀୟ ରାଜପଥର ଟିକପଙ୍ଗା ଛକ ନିକଟରେ ଗତକାଲି ବିଳମ୍ବିତ ରାତ୍ରୀରେ ବାଇକ ଦୁର୍ଘଟଣା ୨ ଯୁବକ ମୃତ । ପାରାଦ୍ୱୀପରୁ କାମସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ବସ୍ତା - ୬୦ ନଂ ଜାତୀୟ ରାଜପଥ ଇନ୍ଦିରା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ,ମୃତକ ଜଣକ ଅମର୍ଦାରୋଡ ଅଞ୍ଚଳର କାହ୍ନୁ ପ୍ରଧାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe