କନକ ବ୍ୟୁରୋ: ଶେଷ ହେବାକୁ ଯାଉଛି ମହାକୁମ୍ଭ ତେଣୁ ଶେଷ ସମୟରେ ପ୍ରୟାଗରାଜରେ ପହଁଚୁଛନ୍ତି ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।ଆଜିଠୁ ୨୬ ତାରିଖ ପର୍ୟ୍ୟନ୍ତ ପୂରା ପ୍ରୟାଗରାଜକୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯିବ ସହ କୌଣସି ପ୍ରକାର ଅଘଟ ଯେପରି ନଘଟେ ସେନେଇ ଧ୍ୟାନ ଦିଆଯାଇଛି ।ଜିଲ୍ଲାବାହାରୁ ଆସୁଥିବା ଗାଡିକୁ ସୀମତ ରଖାଯାଇଛି ।ଭିଡକୁ ନିୟନ୍ତ୍ରଣ ପାଇଁ ଅଧିକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।ସେପଟେ ଦଳାଚକଟା ଯେପରି ନଘଟେ ସେନେଇ ଘାଟ ଉପରେ କଡ଼ା ନଜର ରଖାଯାଇଛି ।ଟ୍ରାଫିକ ବ୍ୟବସ୍ଥା ସବୁଠୁ ବଡ ଚ୍ୟାଲେଞ୍ଜ ।ତେଣୁ ଗାଡି ଗୁଡିକୁ ଡାଇଭର୍ଟ କରାଯିବା ଏବେ ୟୁପି ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି।
ଆଉ ମାତ୍ର ୫ ଦିନ ପରେ ଶେଷ ହେବ ମହାକୁମ୍ଭ ମେଳା ; ବୁଡ ପକାଉବାକୁ ଶ୍ରଦ୍ଧାଳୁଙ୍କ ନାହିଁନଥିବା ଭିଡ
ଆଉ ୫ଦିନ ପରେ ସରିବ ବିଶ୍ବପ୍ରସିଦ୍ଧ ମହାକୁମ୍ଭ । ଶେଷ ସପ୍ତାହରେ ପ୍ରୟାଗରାଜରେ ପୁଣି ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ । ରେଳଷ୍ଟେସନ,ବସଷ୍ଟପରେ ସ୍ବତନ୍ତ୍ର ବ୍ୟବସ୍ଥା । ୨୩ ତାରିଖ ଶେଷ ଅମୃତସ୍ନାନରେ ୩କୋଟିରୁ ଅଧିକ ବୁଡ ପକାଇବା ସମ୍ଭାବନା।
/kanak/media/media_files/2025/02/21/bKw8NZAsUGfd8vOtivNV.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)