କନକ ବ୍ୟୁରୋ: କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ବଲିଉଡ୍ ଅଭିନେତ୍ରୀଙ୍କ ଜଲୱା ଦେଖିବାକୁ ମିଳିଛି । ୧୩ ମେ’ ରୁ ଆରମ୍ଭ ହୋଇଥିବା ଏହି ଫେଷ୍ଟିଭାଲ୍ରେ ଏଥର ଅନେକ ନୂଆ ନୂଆ ସେଲିବ୍ରେଟି ନଜର ଆସିଛନ୍ତି । ଜାନ୍ଭି କପୁର, ନତାଶା ପୁନାୱାଲା, ଅଦିତି ରାଓ ହାଇଦରୀ, ପାରୁଲ ଗୁଲାଟିଙ୍କ ଭଳି ଅଭିନେତ୍ରୀ କାନ୍ସ୍ର ରେଡ୍ କାର୍ପେଟ୍ରେ ଚାଲିଥିଲେ । କିନ୍ତୁ ଫ୍ୟାନ୍ସଙ୍କ ନଜର ଖୋଜୁଥିଲା କାନ୍ସ୍ର ରିୟଲ କ୍ବିନ୍ଙ୍କୁ । କାହିଁକି ନଜର ଆସୁନାହାନ୍ତି କାନ୍ସ୍ର କ୍ବିନ୍ ଐଶ୍ବର୍ଯ୍ୟା ରାୟ ବଚ୍ଚନ ? ମନରେ ଥିଲା ଏଭଳି ପ୍ରଶ୍ନ । ଫ୍ୟାନ୍ସମାନଙ୍କର ଅପେକ୍ଷା ଶେଷ ହୋଇଛି.. କାନ୍ସ୍ର ରେଡ୍ କାର୍ପେଟ୍ରେ ଚାଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଐଶ୍ ।
ଐଶ୍ବର୍ଯ୍ୟାଙ୍କ ଏଣ୍ଟ୍ରି ଥିଲା ପୂରା ଖାସ୍ । ମହାରାଣୀ ବେଶରେ ନଜର ଆସିଥିଲେ ବଚ୍ଚନ ପରିବାରର ବୋହୂ । ମଥାରେ ଥିଲା ଲାଲ୍ ରଙ୍ଗର ଗାଢ଼ ସିନ୍ଦୂର । ଯାହାକି ଉପସ୍ଥିତ ଥିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏକ ଧଳା ରଙ୍ଗର ସୁନ୍ଦର ଶାଢି ସହ ରୁବି ନେକ୍ଲେସ୍ ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଦୁଇଗୁଣିତ କରୁଥିଲା । ରେଡ୍ କାର୍ପେଟ୍ରେ ଐଶ୍ଙ୍କୁ ଦେଖି ଫ୍ୟାନ୍ସ କହିଥିଲେ ରିୟଲ କାନ୍ସ୍ କ୍ବିନ୍ ଆସିଗଲେ, ଚାର୍ ଚାନ୍ଦ୍ ଲଗାଇବାକୁ ।
ଐଶ୍ଙ୍କ ଉପରୁ ଦର୍ଶକଙ୍କ ନଜର ହଟୁନଥିଲ । କାରଣ ଏଥର କାନ୍ସରେ ଐଶ୍ବର୍ଯ୍ୟାଙ୍କ ଲୁକ୍ ପୂରା ଅଲଗା ଆଉ ରୟାଲ ଥିଲା । ଐଶ୍ଙ୍କ ମଥାରେ ଲାଗିଥିବା ଗାଢ଼ ସିନ୍ଦୂର ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଦୁଇଗୁଣିତ କରୁଥିଲା । ଆଉ ଏଇଥିପାଇଁ ଐଶ୍ଙ୍କ ଫ୍ୟାନ୍ସ ଖୁବ୍ ଖୁସି ହୋଇଯାଇଥିଲେ । ତେବେ ଚଳିତ ବର୍ଷ ଐଶ୍ ମନୀଷ ମଲହୋତ୍ରାଙ୍କ ଦ୍ବାରା ଡିଜାଇନ୍ କରାଯାଇଥିବା ଶାଢି ପିନ୍ଧିଥିଲେ । ଐଶ୍ ପିନ୍ଧିଥିବା ଶାଢୀରେ ବନାରସୀ ବର୍ଡର ଥିଲା । ଯେଉଁଥିରେ ଗୋଲ୍ଡ କାମ କରାଯାଇଥିଲା । ଐଶ୍ ନିଜ ଲୁକ୍ କୁ ଆହୁରି ଷ୍ଟାଇଲିସ୍ କରିବା ପାଇଁ ହାତରେ କକ୍ଟେଲ୍ ଫ୍ଲାୱାର ରିଙ୍ଗ ପିନ୍ଧିଥିଲେ । ତେବେ ଐଶ୍ଙ୍କ ଗୋଟିଏ ଅନ୍ଦାଜ୍ ଯାହା ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଥାଏ ତାହା ହେଉଛି ହାତ ଯୋଡି ସମସ୍ତଙ୍କୁ ନମସ୍କାର କରିବା । ଯାହା ଆମ ଭାରତୀୟ ପରମ୍ପରା ଓ ସଂସ୍କୃତିକୁ ସୂଚାଉଛି । ଐଶ୍ବର୍ଯ୍ୟାଙ୍କ ଏହି ଗୁଣ ତାଙ୍କୁ ସାରା ବିଶ୍ବରେ ଜଣେ ସୁନ୍ଦର ନାରୀର ପରିଚୟ ଦେଇଛି ।
ଐଶ୍ ଲଗାଇଥିବା ସିନ୍ଦୂରକୁ ନେଇ ଦାବି କରାଯାଉଛି ଯେ, ଐଶ୍ ଅପରେସନ ସିନ୍ଦୂରକୁ ପ୍ରତିନିଧିତ୍ବ କରିଛନ୍ତି । କିନ୍ତୁ ଆଉ କିଛି ପ୍ରଶଂସକ ଐଶ୍ଙ୍କ ଏହି ଲୁକ୍ ନେଇ ଅଭିନେତ୍ରୀ ରେଖାଙ୍କ ସହ ତୁଳନା କରିଛନ୍ତି । ସୋସିଆଲ ମିଡିଆରେ ଐଶ୍ଙ୍କ ଫଟୋ ଆସିବା ମାତ୍ରେ, ତାଙ୍କ ଲୁକ୍କୁ ଅପରେସନ ସିନ୍ଦୂର ସହିତ ଯୋଡିବା ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ ଫରାସୀ ସହର କାନ୍ସ୍ରେ କାନ୍ସ୍ ଫିଲ୍ମ ଫେଷ୍ଟିଭାଲ ଆୟୋଜନ କରାଯାଇଛି । ଏହି ଉତ୍ସବ ୧୩ ମଇରେ ଆରମ୍ଭ ହୋଇ ୨୪ ମଇ ପର୍ଯ୍ୟନ୍ତ ଚାଲିବ।