କନକ ବ୍ୟୁରୋ : ଆମ ସମସ୍ତଙ୍କ ରୋଷେଇ ଘରେ ଲବଙ୍ଗ ନିଶ୍ଚିତ ଥାଏ । ଅଧିକାଂଶ ସମୟରେ ଏହାକୁ କେବଳ ଚା’ରେ ପକାଯାଏ ସ୍ୱାଦ ଓ ବାସ୍ନା ବଢ଼ାଇବା ପାଇଁ । କିନ୍ତୁ ଲବଙ୍ଗ ଭିତରେ ବହୁତ ଉପକାରୀ ଏବଂ ଔଷଧୀୟ ଗୁଣ ଅଛି ଯାହା କି ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଆୟୁର୍ବେଦିକ ବିଶେଷଜ୍ଞମାନଙ୍କ ମତ ଅନୁସାରେ ଲବଙ୍ଗରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ମିନେରାଲ୍ସ ଥାଏ । ଯାହାକି ଆପଣଙ୍କ ଶରୀରକୁ ରୋଗରୁ ରକ୍ଷା କରିବା ସହ ସ୍କିନ୍ରେ ଚମକ୍ ବଜାୟ ରଖେ ।
ଲବଙ୍ଗକୁ ପାଣିରେ ଭିଜେଇ ସେହି ପାଣିକୁ ପିଇଲେ ତାହା ଶରୀର ପାଇଁ ବହୁତ ଲାଭ ଦାୟକ । ଜାଣନ୍ତୁ ଲବଙ୍ଗ ପାଣିର ୫ଟି ବଡ଼ ଲାଭ ।
୧. ଚେହେରାରେ ଆସିବ ନ୍ୟାଚୁରାଲ୍ ଗ୍ଲୋ-
ଲବଙ୍ଗରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଫ୍ରି ରେଡିକାଲ୍ସକୁ ନାଶ କରେ । ପ୍ରତିଦିନ ଏହାର ପାଣି ପିଇବା ଦ୍ୱାରା ସ୍କିନ୍ ଗ୍ଲୋ କରିବା ସହ ଶରୀରରେ ବାର୍ଦ୍ଧକ୍ୟ ଦେଖାଯାଏ ନାହିଁ ।
୨.ଲିଭରକୁ ରଖିବ ସଫା
ଲବଙ୍ଗ ପାଣି ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ୍ ରହିବା ସହ ଲିଭର ସଫା ରୁହେ । ଲବଙ୍ଗରେ ଥିବା ଡିଡକ୍ସିଫାଇଙ୍ଗ ଗୁଣ ଲିଭରରୁ ବିଷାକ୍ତ ପଦାର୍ଥକୁ ବାହାର କରେ । ଏହା ଏକ ପ୍ରକାର ନ୍ୟାଚୁରାଲ କ୍ଲିଞ୍ଜର ପରି କାମ କରେ ।
୩.ଇମ୍ୟୁନିଟି ପାୱାର ବଢ଼ାଏ
ଲବଙ୍ଗରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାର୍ଯ୍ୟ କରେ । ଖାଲି ସେତିକି ନୁହେଁ , ବିଭିନ୍ନ ସଂକ୍ରମଣରୁ ମଧ୍ୟ ରକ୍ଷା କରେ ।
୪.ମୋଟାପଣ କମାଏ
ସକାଳୁ ଖାଲି ପେଟରେ ଲବଙ୍ଗ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ବା ବିପାକକ୍ରିୟା ଶୀଘ୍ର ହୁଏ । ଯାହା ଦ୍ୱାରା ପେଟ କମିବା ସହ ଓଜନ ହ୍ରାସ ମଧ୍ୟ ହୁଏ ।
୫. ଦାନ୍ତ ଓ ପାଟି ସୁସ୍ଥ ରୁହେ
ଲବଙ୍ଗରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଦାନ୍ତ ଏବଂ ପାଟିକୁ ସୁସ୍ଥ ରଖେ । ଏହା ପାଟିର ଦୁର୍ଗନ୍ଧ ଦୂର କରିବା ଏବଂ ମାଢ଼ି ସମସ୍ୟାକୁ କମ କରିବାରେ ସାହାଯ୍ୟ କରେ । ଲବଙ୍ଗ ପାଣି ପିଇବା ଦ୍ୱାରା ଦାନ୍ତ ବିନ୍ଧା ମଧ୍ୟ କମ ହୋଇଥାଏ । ତେବେ ପ୍ରତ୍ୟେକ ଦିନ ଲବଙ୍ଗ ଭିଜା ପାଣି ପିଇଲେ ଆମକୁ ଅନେକ ଫାଇଦା ମିଳେ ।