କନକ ବ୍ୟୁରୋ: ଆସ୍କା ପିତଳ ଛକରେ ୪ ଭାଇଙ୍କୁ ହତ୍ୟା ମାମଲାରେ ୨ ବର୍ଷ ପରେ ମିଳିଛି ନ୍ୟାୟ । ମାମଲାରେ ୫ ଜଣ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।
ଗଞ୍ଜାମ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗାଁର ମଙ୍ଗୁଳୁ ସ୍ୱାଇଁଙ୍କ ଚାରି ପୁଅ ରାଜା,ଶମ୍ଭୁ, ପାଣ୍ଡବ ଓ ଚନ୍ଦନଙ୍କୁ ପିତଳ ଛକରେ ହତ୍ୟା କରାଯାଇଥିଲା । ବଡ଼ ପୁଅ ରାଜା ଫାଷ୍ଟ ଫୁଡ୍ ଦୋକାନ କରିଥିବା ବେଳେ ତାଙ୍କୁ ଅନ୍ୟ ୩ ଭାଇ ସହଯୋଗ କରୁଥିଲେ । ତେବେ ଦୋକାନରେ କିଛି ଯୁବକଙ୍କ ସହ ବଚସା ହେବା ପରେ ସଂଘବଦ୍ଧ ଆକ୍ରମଣ କରି ୪ ଭାଇଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ଏହି ଘଟଣା ପରେ ୪ ପୁଅଙ୍କୁ ହରାଇ କୋର୍ଟରେ ନ୍ୟାୟର ଲଢ଼େଇ ଲଢୁଥିଲେ ମଙ୍ଗୁଳୁ ଓ ତାଙ୍କ ପତ୍ନୀ । ଏବେ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍ ଦଣ୍ଡ ମିଳିବା ପରେ ନ୍ୟାୟ ମିଳିଥିବା କହିଛନ୍ତି ଦମ୍ପତ୍ତି ।